
ଅରୁଣାଚଳପ୍ରଦେଶ: ଅରୁଣାଚଳପ୍ରଦେଶରେ ଗତ କିଛି ଦିନ ହେଲା ପାଣିପାଗ ଖରାପ ରହିଥିବା ବେଳେ ପ୍ରବଳ ତୁଷାରପାତ ହେଉଛି । ଏହା ଫଳରେ ଅରୁଣାଚଳ ପ୍ରଦେଶର କାମେଙ୍ଗ ସେକ୍ଟରରେ ହିମସ୍ଖଳନ ହେଇଛି , ଏଥିରେ ଭାରତୀୟ ସେନାର ୭ ଯବାନ ଫସି ରହିଥିବା ଜଣାପଡିଛି । ଯବାନଙ୍କୁ ଉଦ୍ଧାର କରିବାକୁ ଅପରେସନ ଆରମ୍ଭ ହୋଇଛି ବୋଲି ସେନା ପକ୍ଷରୁ କୁହାଯାଇଛି । ଯବାନମାନେ ପାଟ୍ରୋଲିଂ ପାଇଁ ଯାଇଥିବା ବେଳେ ଏହିଭଳି ଅଘଟଣ ଘଟିଛି ।
ଯବାନଙ୍କୁ ଖୋଜିବା ପାଇଁ ବିଶେଷଜ୍ଞ ଦଳର ସହାୟତା ନିଆଯାଇଥିବାବେଳେ ଆକାଶମାର୍ଗରୁ ଏହି ବିଶେଷଜ୍ଞ ଦଳକୁ ଚିଠି ପଠାଯାଇଛି ।