ବ୍ୟକ୍ତିତ୍ୱସେଲିବ୍ରିଟି

ଆଜିଠୁ ବିବାହ ବନ୍ଧନରେ ବାନ୍ଧିହେଲେ କରିସ୍ମା

ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତ୍ରୀ କରିସ୍ମା ତନ୍ନା ଓ ବରୁଣ ବଙ୍ଗେରା ଆଜିଠୁ ଦୁହେଁ ସାତ ଜନ୍ମ ପାଇଁ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି । ଫ୍ୟାନ୍ସ୍ ମାନଙ୍କ ପାଇଁ ଖାସ୍ ଖବର ରହିଛି ।    ଗତକାଲି ବିବାହ ସମ୍ପନ୍ନ ହେବା ପରେ ଦୁହେଁ ଦାମ୍ପତ୍ୟ ଜୀବନ ଆରମ୍ଭ କରିବେ । ସୋସିଆଲ୍ ମିଡିଆରେ ଏବେ ଦୁହିଁଙ୍କ ବିବାହ ଫଟୋ ଜୋରସୋରରେ ଭାଇରାଲ୍ ହେଉଛି ।

ଫ୍ୟାନ୍ସ, ବନ୍ଧୁ ଓ ପରିଜନ ମାନେ କପଲ୍ ଙ୍କ ଫଟୋକୁ ସେୟାର୍ କରି ବିବାହ ନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି । କରିସ୍ମା ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହ ଫଟୋ ସେୟାର୍ କରିଛନ୍ତି ।  ଦୁହିଁଙ୍କ ଯୋଡ଼ି ଖୁବ୍ ସୁନ୍ଦର ଦେଖାଯାଉଛି ।

ଏହା ବ୍ୟତୀତ କରିସ୍ମାଙ୍କ ଫ୍ୟାନ୍ ପେଜ୍ ରେ ବିବାହ ସମୟର ଭିଡିଓ ଅପଲୋଡ୍ କରାଯାଇଛି । କ୍ୟାମେରା ସାମ୍ନାରେ ଦୁହେଁ ଖୁବ୍ ସୁନ୍ଦର୍ ପୋଜ୍ ଦେଉଥିବା ନଜର ଆସିଛନ୍ତି । ସୂଚନା ଯେ, ଗତବର୍ଷ ନଭେମ୍ବର ମାସରେ ବରୁଣ ବଙ୍ଗେରାଙ୍କ ସହିତ ନିର୍ବନ୍ଧ କରିଥିଲେ । ସେମାନଙ୍କ  ଫଟୋକୁ  ଅନେକ ବଡ଼ ବଡ଼ ତାରକାମାନେ ଲାଇକ୍ କମେଣ୍ଟ୍ କରିଛନ୍ତି  ।

Show More

Related Articles

Back to top button