Breaking PLUSଦେଶ
ଜାଭେଲିନ ଥ୍ରୋ’ରେ ପୁଣି ଏକ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ
ଚୀନର ହାଙ୍ଗଝୋଉଠାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାର ଆଜି ହେଉଛି ତୃତୀୟ ଦିବସ । ପ୍ରଥମ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ ଓ ଦ୍ୱିତୀୟ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ ଜିତିଥିଲା । ଏହା ଫଳରେ ଭାରତର ମୋଟ ପଦକ ସଂଖ୍ୟା ୩୪ରେ ପହଞ୍ଚିଥିବା ବେଳେ ସେଥି ମଧ୍ୟରେ ୯ଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ପଦକ ସାମିଲ ରହିଥିଲା । ପୂର୍ବରୁ ଭାରତ ପୁରୁଷ ଜାଭେଲିନ ଥ୍ରୋ’ରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପୁଣି ଜିତିଛି ଆଉ ଏକ ସ୍ୱର୍ଣ୍ଣ । ଏଫ୩୭/୩୮ ଇଭେଣ୍ଟ ଫାଇନାଲରେ ଜିତି ହାନେ ରେକର୍ଡ କରିଛନ୍ତି । ହାନେ ୫୫.୯୭ ମିଟର ଥ୍ରୋ କରି ଏହି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହାଫଳରେ ଭାରତର ମୋଟ ପଦକ ସଂଖ୍ୟା ୪୩ରେ ପହଞ୍ଚିଥିବା ବେଳେ ସେଥିମଧ୍ୟରେ ୧୧ଟି ସ୍ୱର୍ଣ୍ଣ, ୧୩ଟି ରୌପ୍ୟ ଓ ୧୯ଟି ବ୍ରୋଞ୍ଜ ପଦକ ସାମିଲ ରହିଛି ।