ଓଡ଼ିଶାଦୁର୍ଘଟଣା

ଟ୍ରକ୍‌-ବୋଲେରୋ ମୁହାଁମୁହିଁ ଧକ୍କା, ୨ମୃତ, ୨ ଗୁରୁତର

ଦିନକୁ ଦିନ ଦୁର୍ଘଣାର ମାମଲା ବୃଦ୍ଧି ପାଇବାରେ ଲାଗିଛି । ତେବେ ପୁଣି ଏକ ଦୁର୍ଘଟଣା କଣ୍ଟାବାଞ୍ଜିରୁ ସାମ୍ନାକୁ ଆସିଛି । ବଲାଙ୍ଗୀର ଜିଲ୍ଲା ୫୯ ନଂ ଜାତୀୟ ରାଜପଥ ରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବଙ୍ଗୋମୁଣ୍ଡା ଥାନା ଫୁଗୁଡ଼ା ଛକ ନିକଟରେ ଏକ ଟ୍ରକ୍ ଓ ଏକ ବୋଲେରୋର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିବା ସହ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଉଛନ୍ତି ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ପହଁରେନମୁଣ୍ଡା ଗାଁର ଲିଙ୍ଗରାଜ ସରାଫ ଓ କିଶୋର ଦାସ । ତେବେ ଗୁରୁତର ହୋଇଥିବା ୨ ଜଣ ବ୍ୟକ୍ତିଙ୍କୁ ଦମକଳ ବାହନୀ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନିଆଯାଇଛି l ଦୁର୍ଘଟଣା ଘଟିବାର କିଛି ସମୟ ପରେ ପୋଲିସ ବଙ୍ଗୋମୁଣ୍ଡା ଥାନା ପହଞ୍ଚି ଦୁର୍ଘଟଣା ର ତଦନ୍ତ ଆରମ୍ଭ କରିଛି।

Show More

Related Articles

Back to top button