Breaking PLUSଓଡ଼ିଶାମୁଖ୍ୟ ଖବର
ତିଆରି ହେଲା ରାଜ୍ୟର ପ୍ରଥମ ଟନେଲ

ଦ୍ରୁତ ଗତିରେ ଆଗେଇ ଚାଲିଛି ରାଜ୍ୟର ପ୍ରଥମ ଟନେଲ ବା ସୁଡ଼ଙ୍ଗ ରାସ୍ତା। ‘ଭାରତମାଳା’ ପ୍ରକଳ୍ପରେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ସୀମା ସୁଙ୍କି ଘାଟିରେ ନିର୍ମାଣ ଚାଲିଛି ଦୁଇଟି ଟନେଲ। ୨୦୨୫ ମସିହା ସୁଦ୍ଧା ଶେଷ ହେବାକୁ ଥିବା ଏହି ପ୍ରକଳ୍ପ ପର୍ଯ୍ୟଟନ ପ୍ରେମୀଙ୍କ ପାଇଁ ଖାଲି ରୋମାଞ୍ଚକର ଅନୁଭୂତି ଆଣିବନି ବରଂ କୋରାପୁଟ ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧିରେ ମାଇଲ ଖୁଣ୍ଟ ସାଜିବ ବୋଲି କୁହାଯାଉଛି। ୧୬ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ଛତିଶଗଡ଼ର ରାୟପୁର ଓ ଆନ୍ଧ୍ରପ୍ରଦେଶର ବିଶାଖାପଟଣା ପର୍ଯ୍ୟନ୍ତ ତିଆରି ହେଉଛି ଏହି ୬ ଥାକିଆ ବିଶିଷ୍ଟ ୪୬୫ କିଲୋମିଟରର ରାସ୍ତା। ଯାହାର ଓସାର ଜଙ୍ଗଲ ରାସ୍ତାରେ ୩୫ ମିଟର ଓ ଅଣଜଙ୍ଗଲ ରାସ୍ତାରେ ୬୦ ମିଟର ରହିଛି।