Breaking PLUSଓଡ଼ିଶାମୁଖ୍ୟ ଖବର
ମୁହଁରେ ମାସ୍କ ପିନ୍ଧି ମଣ୍ଡିରେ ଜିଲ୍ଲାପାଳ
ଭଦ୍ରକ: ମଣ୍ଡି ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ଛାଟ। ହାଫ୍ ପ୍ୟାଣ୍ଟ ଓ ବେକରେ ଗାମୁଛା । ମୁହଁରେ ମାସ୍କ ପିନ୍ଧି ମଣ୍ଡିରେ ପହଞ୍ଚିଲେ। ଆଉ ଚାଷୀ ମାନଙ୍କୁ ଧାନ ବିକ୍ରି କଥା କହିଥିଲେ। ଏହା ଶୁଣି ୮ କେଜି କଟନୀଛଟନୀ ହେବ ବୋଲି ମଣ୍ଡି ଅଧିକାରୀ କହିଥିଲେ। ତେବେ ହାଫ୍ ପ୍ୟାଣ୍ଟ ପିନ୍ଧା ମଣିଷ ଜଣକ ଚାଷୀ ନଥିଲେ , ସେ ଥିଲେ ଜିଲ୍ଲାପାଳ। ଭଦ୍ରକ ଜିଲ୍ଲାପାଳ ଚାଷୀ ବେଶରେ ମଣ୍ଡି ପରିଦର୍ଶନ କରିବା ସମୟରେ ବହୁ ଅବ୍ୟବସ୍ଥା ସାମ୍ନାକୁ ଆସିଥିଲା। ଏହାକୁ ଦେଖି ରାଗି ଯାଇଛନ୍ତି ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଏବଂ ସମ୍ପୃକ୍ତ ମଣ୍ଡି ଅଧିକାରୀଙ୍କୁ ସୋ କଜ୍ ନୋଟିସ୍ ଜାରି କରିଛନ୍ତି।