Breaking PLUSଓଡ଼ିଶାମୁଖ୍ୟ ଖବର
ଧାନ ଚାଷୀଙ୍କୁ ମିଳିଲାଣି ସବସିଡି ସହ 7379 କୋଟି
ଭୁବନେଶ୍ୱର, 13 ଜାନୁୟାରୀ – ଏବେ ସୁଦ୍ଧା 26 ଲକ୍ଷ 28 ହଜାର 228 ମେଟ୍ରିକ ଟନ ଧାନ କିଣିଲେଣି ସରକାର । 4 ଲକ୍ଷ 99 ହଜାର 778 ଜଣ ଚାଷୀ ପାଇଲେଣି ଧାନର ମୂଲ୍ୟ । 1904 କୋଟି ଟଙ୍କାର ଇନପୁଟ ସବସିଡି ସହ ମୋଟ 7379 କୋଟି ଟଙ୍କା ଚାଷୀଙ୍କୁ ଧାନର ମୂଲ୍ୟ ଦେଇ ସାରିଛନ୍ତି ସରକାର ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏହା ସହ ଯୋଗାଣ ଅଧିକାରୀଙ୍କୁ ମନ୍ତ୍ରୀ ଚେତାବନୀ ଦେଇଛନ୍ତି । ଦାୟିତ୍ୱରେ ଅବହେଳା ପାଇଁ ଜଗତସିଂହପୁର ପାରାଦ୍ୱୀପ ଏମଆଇଙ୍କୁ ନିଲମ୍ବନ କରାଯାଇଛି । ଯେଉଁଠି ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିବ କାର୍ଯ୍ୟାନୁଷ୍ଠାନ ହେବ । ତେବେ ମଣ୍ଡିରେ ପେଡି ଆନାଳାଇଜର ମେସିନ ଯଥେଷ୍ଟ ନଥିବା ମାନିଛନ୍ତି ଯୋଗାଣ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତ ଏବେ ଆନାଲାଇଜର ମେସିନ କମ ଅଛି ଆମେ ଆଗକୁ ଅଧିକ ଆଣିବୁ ।