Breaking PLUSଦେଶମୁଖ୍ୟ ଖବର

ଶ୍ରୀନଗରରେ ଖାଇକୁ ଖସିଲା ଟ୍ରକ, 4 ମୃତ

ଜମ୍ମୁ: ଭୂସ୍ଖଳନ ଯୋଗୁ ଖାଇକୁ ଖସିଲା ଟ୍ରକ । ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ରାମବନ ଜିଲ୍ଲାର ଶେରବିବି ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଶ୍ରୀନଗର ଯାଉଥିବା ଏକ ଟ୍ରକ ଭୂସ୍ଖଳନ ଯୋଗୁ ଗଭୀର ଖାତ ଭିତରକୁ ଓଲଟି ପଡିଛି । ଦୁର୍ଘଟଣାରେ 4ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ପୋଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସମସ୍ତ ମୃତଦେହକୁ ଖାଇ ଭିତରୁ ଉପରକୁ ଅଣାଯାଇଛି । ମୃତକ ହେଲେ କୁଲଗ୍ରାମର ଟ୍ରକ ଡ୍ରାଇଭର ମହମ୍ମଦ ଅଫଜଲ ଗାରୁ, ତାଙ୍କ ଭାଇ ଅଲତାଫ ଗାରୁ, ଅନନ୍ତନାଗର ଇରଫାନ ଅହମ୍ମଦ ଓ ତାଙ୍କ ଭାଇ ଶୌକତ ଅହମ୍ମଦ । ପୋଲିସ ସୂଚନା ମୁତାବକ ଭୂସ୍ଖଳନ ଯୋଗୁ ରାସ୍ତାର ଦୁଇ ପଟରୁ ଗାଡି ଚଳାଚଳ ବନ୍ଦ କରିଦିଆଯାଇଛି ।

Show More

Related Articles

Back to top button