ଓଡ଼ିଶାଦେଶସ୍ୱତନ୍ତ୍ର

୨୦୨୩ରେ ଓଡିଶାର ୮ଟି ସହରରେ ମିଳିବ ୫ଜି ସେବା-କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଓଡିଶାବାସୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଓଡିଶାରେ ଆରମ୍ଭ ହେବାକୁ ଯାଉଛି ୫ଜି ସେବା । ପୂର୍ବରୁ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଗାଁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ପାହାଡପୁର ଗ୍ରାମରେ ଏହି ସେବା ଉପଲବ୍ଧ ହୋଇସାରିଛି । ତେବେ ଆସନ୍ତା ୨୦୨୩ ଶେଷ ସୁଦ୍ଧା ଓଡିଶାର ୮୦ ପ୍ରତିଶତ ଅଞ୍ଚଳରେ ଏହି ସେବା ଉପଲବ୍ଧ ହେବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଆଇ.ଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ଦୀର୍ଘ ସମୟ ଅପେକ୍ଷା ପରେ ଶେଷରେ ଭାରତରେ ୫ଜି ସେବା ଆରମ୍ଭ ହୋଇଛି । ଚଳିତ ବର୍ଷ ଅକ୍ଟୋବର ୧ ତାରିଖରେ ଏହି ସେବା ଭାରତରେ ଆରମ୍ଭ ହୋଇଛି । ଯାହାଫଳରେ ଭାରତ ବର୍ତ୍ତମାନ ୫ଜି ଥିବା ଦେଶ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି । ଦେଶର ରାଜଧାନୀ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ସମେତ ୧୩ ସହରରେ ଉପଲବ୍ଧ ହୋଇଛି ଏହି ୫ଜି ନେଟୱାର୍କ ।

 

Show More

Related Articles

Back to top button