Breaking PLUSଓଡ଼ିଶାପାଣିପାଗ
ରାଜ୍ୟରେ ବର୍ଷା ସହ ବଜ୍ରପାତ ସମ୍ଭାବନା
ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ କେନ୍ଦ୍ର ଆଜି କୋରାପୁଟ, ରାୟାଗଡା, ଗଜପତି ଏବଂ ଗଞ୍ଜାମ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।
ଦକ୍ଷିଣ ଓଡିଶାର କିଛି ସ୍ଥାନ ଏବଂ ଉତ୍ତର ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଥିବା କହିଛି ଆଇଏମ୍ଡି । ଲଘୁଚାପ ପ୍ରଭାବରେ ନଭେମ୍ବର ୧୮ରେ ବଙ୍ଗୋପସାଗର ବେଳାଭୂମିରେ ପବନର ବେଗ ୪୦ରୁ ୫୦ କିଲୋମିଟରରୁ ଆରମ୍ଭ ହୋଇ ୬୦ କିଲୋମିଟର ପର୍ଯ୍ୟନ୍ତ ବହିବାର ସମ୍ଭାବନା ରହିଛି । ମତ୍ସ୍ୟଜୀବୀମାନଙ୍କୁ ଏହି ଦିନ ଗଭୀର ସମୁଦ୍ର ଅଞ୍ଚଳରେ ପ୍ରବେଶ ନକରିବାକୁ ପରାମର୍ଶ ଦିଆଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଏବଂ ଦକ୍ଷିଣ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ, ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ, ନୟାଗଡ଼ ଏବଂ ଅନୁଗୁଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ଆଶଙ୍କା ରହିଛି ।