ପ୍ରଥମ ଥର ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ଏହି ନୂତନ ପ୍ରଜାତି ସମଗ୍ର ଦୁନିଆରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏଥିରୁ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ନୂତନ ପ୍ରଜାତି କେତେ ଘାତକ। ଏହାକୁ ନେଇ ସମଗ୍ର ଦୁନିଆର ବୈଜ୍ଞାନିକ ଓ ଡବ୍ଲ୍ୟୁଏଚଓର ଗବେଷକ ଦଳ ଲାଗି ପରିଛନ୍ତି।
ଓମିକ୍ରନର ତିନି ବଡ ଲକ୍ଷଣ
ମିରର ରିପୋର୍ଟ ଅନୁଯାୟୀ, ଡାକ୍ତର ଆଞ୍ଜେଲିକ କୋଏତଜି କହିଛନ୍ତି, ପୂର୍ବତ ଷ୍ଟ୍ରେନ ତୂଳନାରେ ଓମିକ୍ରନର ଲକ୍ଷଣ ଅଲଗା ହୋଇପାରେ। ଏହାର ଲକ୍ଷଣ ବିଷୟରେ ସେ କହିଛନ୍ତି, ରୋଗୀଙ୍କୁ ସର୍ବପ୍ରଥମେ ଥକା ଲାଗିବା, ଶରୀର ଯନ୍ତ୍ରଣା ଏବଂ ମୁଣ୍ଡ ବ୍ୟଥା ଦେଖିବାକୁ ମିଳୁଛି। ଏହା ବ୍ୟତୀତ କିଛି ରୋଗୀଙ୍କଠାରେ ଦୁର୍ବଳତା ଦେଖିବାକୁ ମିଳିଛି। ଆଉ କିଛି ରୋଗୀଙ୍କ ଘ୍ରାଣ ଶକ୍ତି ଏବଂ ସ୍ଵାଦ ଶକ୍ତି ହ୍ରାସ ପାଇ ଯାଉଛି।
ଡାକ୍ତର କହିଛନ୍ତି, ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଓମିକ୍ରନ ଉପରେ ଭ୍ୟାକ୍ସିନ କେତେ ପ୍ରଭାବୀ ରହିବ। ଏହାର ଗବେଷଣା ଜାରି ରହିଛି। କିନ୍ତୁ ଯେଉଁ ଲୋକେ ଟିକା ନେଇଛନ୍ତି, ସେମାନଙ୍କଠାରେ ଓମିକ୍ରନର ହାଲୁକା ଲକ୍ଷଣ ଦେଖିବାକୁ ମିଳୁଛି।