କରାଚିରେ ବଡ ଧରଣର ବିସ୍ଫୋରଣ: ୧୦ ମୃତ, ୪ ଗୁରୁତର

ପାକିସ୍ତାନ କରାଚିରେ ଶେରଶାହ ପାରାଚା ଚୌକ ଅଞ୍ଚଳରେ ଏକ ବଡ ଧରଣର ବିସ୍ଫୋରଣ ହୋଇଛି । ଆଜି ଦ୍ୱିପ୍ରହରରେ ଏକ ଅଟ୍ଟାଳିକାରେ ହୋଇଥିବା ଏହି ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ଅନେକ ଆହତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଥିବା ସୂଚନା ମିଳିଛି । ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ଆଶଙ୍କା କରାଯାଉଛି ।
Ten killed, scores injured in an explosion at a building in Karachi's Shershah Paracha Chowk area, this afternoon: Pakistan Media
— ANI (@ANI) December 18, 2021
କୁହାଯାଉଛି କି ବିସ୍ଫୋରଣ ଏକ ପ୍ରାଇଭେଟ ବ୍ୟାଙ୍କ ନିକଟରେ ହୋଇଛି । ଏହା ପାଖାପାଖି ଥିବା ଘର ଗୁଡିକ ବି କ୍ଷତିଗ୍ରସ୍ତ ହାଇଛି । ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଛନ୍ତି । ଆହତଙ୍କୁ ନିକଟସ୍ଥ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିରେ ୧୨ ଜଣ ଆହତ ହୋଇଥିବା ସୂଚନା ରହିଛି । ଘଟଣାସ୍ଥଳରେ ବମ୍ ଡିଫ୍ୟୁଜ ୟୁନିଟ ପହଞ୍ଚିଥିବା ବେଳେ ପୋଲିଓ ଓ ରେଞ୍ଜର୍ସର ଅଧିକାରୀମାନେ ଉକ୍ତ ଅଞ୍ଚଳକୁ ସିଲ୍ କରି ଦେଇଛନ୍ତି ।