ଓଡ଼ିଶାଦେଶବ୍ୟକ୍ତିତ୍ୱମନୋରଞ୍ଜନସେଲିବ୍ରିଟି

ବିବାହ ସରିଛି ରଣବୀର-ଆଲିଆ

ଭିକ୍କି କୌଶଲ-କ୍ୟାଟ୍ରିନାଙ୍କ ବିବାହ ପରେ ଆଉ ଏକ ଯୋଡିକୁ ନେଇ ଚର୍ଚ୍ଚା ଜୋର୍ ଧରିଛି

ଭିକ୍କି କୌଶଲ-କ୍ୟାଟ୍ରିନାଙ୍କ ବିବାହ ପରେ ଆଉ ଏକ ଯୋଡିକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହି ଯୋଡି ହେଉଛନ୍ତି ଆଲିଆ ଭଟ୍ଟ ଓ ରଣବୀର କପୁର। ଫ୍ୟାନ୍‌ମାନେ ଅଧ୍ୟ ଏହି ସୁପରହିଟ୍ ଯୋଡ଼ିକୁ ବିବାହ ବନ୍ଧନରେ ଦେଖିବାକୁ ଅପେକ୍ଷା କରିଥିବାବେଳେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି ,ଗଙ୍ଗୁବାଇ କାଠିଆୱାଡ଼ିର ଫିଲ୍ମରେ ଅଭିନୟ କରିଥିବା ଜଣେ ଅଭିନେତ୍ରୀ ଖୁଲାସା କରି କହିଛନ୍ତି ଆଲିଆ ଓ ରଣବୀରଙ୍କ ବିବାହ ସରିଛି ।

ତେବେ ବିନା ଉତ୍ସବରେ ବିବାହ କେମିତି ହେଲା ସେ ନେଇ ଦର୍ଶକ ମଧ୍ୟ ଆଶ୍ଚର୍ଯ୍ୟ ଅଛନ୍ତି।  କିଛିଦିନ ତଳେ ରାଜୀବ ମସନ୍ଦଙ୍କ ସହିତ ଏକ ସାକ୍ଷତକାରରେ ରଣବୀର ଉଭୟଙ୍କ ବିବାହ ନେଇ ସୂଚନା ଦେଇଥିଲେ। କୋଭିଡ୍ ସ୍ଥିତି ଖରାପ ଥିବାରୁ ବିବାହରେ ବିଳମ୍ବ  ହେଉଛି । ଅନ୍ୟପଟେ ଆଲିଆ ମଧ୍ୟ ଏନ୍‌ଡିଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ ରଣବୀରଙ୍କୁ ବିବାହ କରିଥିବା କହିଥିଲେ। କିଛି ବର୍ଷ ହେଲା ସେ ରଣବୀରଙ୍କୁ ବିବାହ କରିସାରିଛନ୍ତି ବୋଲି ଆଲିଆ ଏନ୍‌ଡିଟିଭିକୁ କହିଥିଲେ। ତେବେ ପ୍ରକୃତରେ ଷ୍ଟାର ଦୁଇଙ୍କର ବିହାର ହୋଇଛି କି ନାହିଁ ସେ ନେଇ କୌଣସି ସୂଚନା ମିଳି ନାହିଁ।

 

Show More

Related Articles

Back to top button