Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

କୌଣସି ରାଜନୈତିକ ମେଣ୍ଟରେ ସାମିଲ ହେବାକୁ ମନା କଲେ ମୁଖ୍ୟମନ୍ତ୍ରୀ

କୌଣସି ରାଜନୈତିକ ମେଣ୍ଟରେ ସାମିଲ ନହୋଇ ବିଜେଡି ନିଜର ନିରପେକ୍ଷତା ବଜାୟ ରଖିବାକୁ ପସନ୍ଦ କରିବ।

ନୂଆଦିଲ୍ଲୀ: ବିଜୁ ଜନତା ଦଳ କୌଣସି ପ୍ରକାର ରାଜନୈତିକ ମେଣ୍ଟରେ ସାମିଲ ହେବାକୁ ମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୌଣସି ମେଣ୍ଟରେ ସାମିଲ ନହୋଇ ନିଜର ସ୍ୱାଧୀନତା ବଜାୟ ରଖିବ ଏବଂ ଏକା ଚାଲିବାକୁ ପସନ୍ଦ କରିବ ବୋଲି ଦଳର ମୁଖ୍ୟ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସମ୍ପ୍ରତି ନୂଆଦିଲ୍ଲୀ ଗସ୍ତରେ ଥିବା ନବୀନଙ୍କୁ ଆଗାମୀ ଲୋକସଭା ଏବଂ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ, ସେଥିପାଇଁ ଢେର୍‍ ଦିନ ବାକି ଅଛି। ଏବେଠାରୁ ସେ ସମ୍ପର୍କରେ ମତ ଦେବା ଠିକ ହେବନାହିଁ। ସମୟ ଆସିଲେ ତାହା ଉପରେ ବିଚାର କରାଯିବ। ତେବେ ସେ ସ୍ପଷ୍ଟ କରିଦେଇଥିଲେ ଯେ କୌଣସି ରାଜନୈତିକ ମେଣ୍ଟରେ ସାମିଲ ନହୋଇ ବିଜେଡି ନିଜର ନିରପେକ୍ଷତା ବଜାୟ ରଖିବାକୁ ପସନ୍ଦ କରିବ। ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ମତଦେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ କହିଥିଲେ, ରାଷ୍ଟ୍ରପତି ପ୍ରାର୍ଥୀ କିଏ ହେଉଛନ୍ତି, ତାହା ଗୁରୁତ୍ୱପୂର୍ଣ୍ଣ। ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀତ୍ୱ ଉପରେ ତାଙ୍କ ଦଳର ଆଭିମୁଖ୍ୟ ନିର୍ଭର କରିବ। ସୂଚନାଯୋଗ୍ୟ ଯେ ୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଏନ୍‍ଡିଏ ପ୍ରାର୍ଥୀ ରାମ ନାଥ କୋବିନ୍ଦଙ୍କୁ ସମର୍ଥନ ଜଣାଇଥିଲା। ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଏନ୍‍ଡିଏ ପ୍ରାର୍ଥୀଙ୍କୁ ଜିତାଇବାକୁ ମୋଟ ଭୋଟ ମଧ୍ୟରୁ ୧.୨% କମ୍‍ ରହୁଛି। ସେଥିପାଇଁ ବିଜେଡିର ସମର୍ଥନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହୋଇପଡ଼ିଛି। ସେହିଭଳି ୨୦୨୪ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଏନ୍‌ଡିଏ, ୟୁପିଏ ବାହାରେ ଏକ ତୃତୀୟ ସାମ୍ମୁଖ୍ୟ ଗଠନକୁ ନେଇ ଯେଉଁ ଚର୍ଚ୍ଚା ଚାଲିଛି, ସେନେଇ ମଧ୍ୟ ନବୀନ ନିଜର ମତ ରଖିଛନ୍ତି । ସେ କହିଛନ୍ତି ଯେ ଆମଦଳ ସବୁବେଳେ ନିଜର ସ୍ୱାଧୀନତା ଓ ସ୍ୱତନ୍ତ୍ରତା ବଜାୟ ରଖିଆସିଛି । ଆଗକୁ ମଧ୍ୟ ଏହା ଜାରିରଖିବ । ତେବେ ୨୦୨୪ ନିର୍ବାଚନ ପାଇଁ ଏବେ ବହୁ ସମୟ ଅଛି । ତେଣୁ, ତୃତୀୟ ମେଣ୍ଟ କଥା ଚିନ୍ତା କରିବା ନେଇ ବର୍ତ୍ତମାନ ଉପଯୁକ୍ତ ସମୟ ଆସିନି । ଯେତେବେଳେ ସେ ପ୍ରସଙ୍ଗ ଆସିବ, ଆମେ ଚିନ୍ତା କରିବୁ ବୋଲି କହିଛନ୍ତି ବିଜେଡି ମୁଖିଆ ।

 

Show More

Related Articles

Back to top button