Breaking PLUSଦୁର୍ଘଟଣାମୁଖ୍ୟ ଖବର
ପୁଣି ଏକ ଦନ୍ତା ହାତୀର ମୃତ୍ୟୁ

ଅନୁଗୁଳ: ପୁଣି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି । ଏଭଳି ଏକ ଅଘଟଣ ଘଟିଛି ଅନୁଗୋଳ ଜିଲ୍ଲା ସାତକୋଷିଆ ବନ୍ୟପ୍ରାଣୀ ବନଖଣ୍ଡ ରେଞ୍ଜର ଜଗନ୍ନାଥପୁର ଆମ୍ବବଗିଚାରେ । ବିଦ୍ୟୁତ ଆଘାତରେ ହାତୀଟିର ମୁତ୍ୟୁ ହୋଇଥିବା ସୂଚନାମିଳିଛି । ନିକଟସ୍ଥ ଜଙ୍ଗଲରୁ ହାତୀଟି ଗାଁ ନିକଟକୁ ଆସୁଥିବା ସମୟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ, ଜଗନ୍ନାଥପୁର ଆମ୍ବବଗିଚାରେ ବାରହା ଶିକାର ପାଇଁ ଜାଲ ବିଛାଇଥିଲା ଶିକାରୀ। ହେଲେ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଦନ୍ତା ହାତୀଟି ସେଥିରେ ଫସିଯାଇଥିଲା। ଦନ୍ତା ହାତୀଟି ଫାଶରୁ ବାହାରି ନ ପାରି ଶେଷରେ ତାର ମୃତ୍ୟୁ ହୋଇଛି। ମୃତ ଦନ୍ତାଟି ମଧ୍ୟମ ବୟସର ବୋଲି ସୂଚନା ମିଳିଛି। ଆଜି ସ୍ଥାନୀୟ ଲୋକ ହାତୀଟି ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ସାତକୋଷିଆ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫଓ ଓ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ କାଟି ହାତୀଟିକୁ ଉଦ୍ଧାର କରିଥିଲେ। ହାତୀର ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି।