ଓଡ଼ିଶାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଆଜି ଓଡ଼ିଆ ଭାଷାରେ ଇଂଜିନିୟରିଂ ପୁସ୍ତକ ଉନ୍ମୋଚନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର : ନିଜ ଗସ୍ତର ଦିତ୍ୱୀୟ ଦିନରେ ଆଜି ଓଡ଼ିଆ ଭାଷାରେ ଇଂଜିନିୟରିଂ ପୁସ୍ତକ ଉନ୍ମୋଚନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଆ ଭାଷାରେ ଲିଖିତ ଇଞ୍ଜିନିୟରିଂ ପାଠ୍ୟପୁସ୍ତକ, ବୈଷୟିକ ଶିକ୍ଷା ସଙ୍କଳନ ଓ ଇ-କୁମ୍ଭ ପୋର୍ଟାଲର ଲୋକାର୍ପଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମାତୃଭାଷାରେ ଶିକ୍ଷା ପାଇଲେ ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି ପାଇବ ତଥା ରାଷ୍ଟ୍ରର ବିକାଶ ନିମନ୍ତେ ସେମାନେ ଉତ୍ସର୍ଗୀକୃତ ଭାବେ ଯୋଗଦାନ କରିବେ ବୋଲି କହିଛନ୍ତି ରାଷ୍ଟ୍ରପତି।

ଆଜି ଜୟଦେବ ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଉଭୟ ଡିଗ୍ରୀ ଓ ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆ ଭାଷାରେ ଇଂଜିନିୟରିଂ ପୁସ୍ତକ ଉନ୍ମୋଚିତ କରିଛନ୍ତି।

ନିଜ ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି, ସ୍ଥାନୀୟ ଓ ଆଞ୍ଚଳିକ ଭାଷାରେ ଶିକ୍ଷା ଦେବାକୁ ଜାତୀୟ ଶିକ୍ଷା ନୀତି-୨୦୨୦ରେ ଗୁରୁତ୍ୱ ଦିଆଯାଇଛି। ଅତିକମ୍‌ରେ ୫ମ ଗ୍ରେଡ ପର୍ଯ୍ୟନ୍ତ ମାତୃଭାଷାରେ ଶିକ୍ଷାଦାନ ଦିଆଯିବା ଉଚିତ ବୋଲି ଉଲ୍ଲେଖ କରାଯାଇଛି। କେନ୍ଦ୍ର ଶିକ୍ଷା ବିଭାଗର ଏହା ଏକ ପ୍ରେରଣାଦାୟୀ ପଦକ୍ଷେପ। ଏହାଦ୍ୱାରା ଶିକ୍ଷା ସମସ୍ତଙ୍କ ପାଖରେ ପହଞ୍ଚିପାରିବ।

ଏହି ଅବସରରେ ସେ କହିଛନ୍ତି, ଇଂରାଜୀ ଭାଷାରେ ଦିଆଯାଉଥିବା ଶିକ୍ଷାକୁ ବହୁ ଛାତ୍ରଛାତ୍ରୀ ବୁଝି ପାରୁ ନାହାନ୍ତି। ତେଣୁ ମାତୃଭାଷାରେ ବୈଷୟିକ ଶିକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଛି। ୫୦ ହଜାର ବୈଷୟିକ ଶବ୍ଦର ଓଡ଼ିଆ ଭାଷାନ୍ତର ହୋଇଛି। ଛାତ୍ରଛାତ୍ରୀ ନିଜ ମାତୃଭାଷାରେ ବୈଷୟିକ ଶିକ୍ଷା ପଢ଼ିଲେ ସେମାନଙ୍କ ବୌଦ୍ଧିକ ବିକାଶରେ ଏହା ସହାୟକ ହୋଇପାରିବ। ଏହା ସେମାନଙ୍କ ପାଠପଢ଼ାକୁ ସୁଗମ କରିବ। ସେଥିନିମନ୍ତେ ଇ-କୁମ୍ଭ ଭାରତୀୟ ଭାଷା ପାଇଁ ଜ୍ଞାନ ଦ୍ୱାର ଉନ୍ମୁକ୍ତ କରିବ।

Show More

Related Articles

Back to top button