ଅପରାଧଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବରରାଜନୀତି

ଗୁଜୁରାଟ ଦ୍ୱିତୀୟ ପର୍ଯ୍ୟାୟ ମତଦାନ: କଂଗ୍ରେସ ପ୍ରାର୍ଥୀ କାନ୍ତି ଖରାଡିଙ୍କ ଉପରେ ଆକ୍ରମଣ

ଅହମ୍ମଦାବାଦ: ଆଜି ଆରମ୍ଭ ହୋଇଛି ଗୁଜରାଟର ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ତେବେ ଭୋଟିଂ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ହିଁ ଉତ୍ତର ଗୁଜରାଟ ବନାସକାଣ୍ଟା ଦନ୍ତା ଆସନର କଂଗ୍ରେସ ପ୍ରାର୍ଥୀ ତଥା ବର୍ତ୍ତମାନ ବିଧାୟକ କାନ୍ତି ଖରାଡିଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବିଜେପିର କିଛି ପ୍ରାର୍ଥୀ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ସେ ଅଭିଯୋଗ ଆଣିଛନ୍ତି।

ତାଙ୍କ ଅଭିଯୋଗ ଅନୁସାରେ, ସେ ଭୋଟର୍‌ଙ୍କ ନିକଟକୁ ଯାଉଥିବା ବେଳେ ବିଜେପି ପ୍ରାର୍ଥୀ ଲଢ଼ୁ ପାରଘି, ଲାଲକୃଷ୍ଣ ବରାଡ ଓ ତାଙ୍କ ଭାଇ ବଦନଜୀ ସମେତ ଅନ୍ୟ କିଛି ଲୋକ ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନେ ହାତରେ ହତିଆର ଧରିଥିଲେ ଓ ଖଣ୍ଡାରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ।

କଂଗ୍ରେସ ବିଧାୟକଙ୍କ କହିବା ଅନୁସାରେ, ସେ ନିଜ ସମର୍ଥକଙ୍କ ସହ ଗାଡିରେ ବାମୋଦରା ଯାଉଥିଲେ। ଏହି ସମୟରେ ବିଜେପି ପ୍ରାର୍ଥୀମାନେ ଆସି ତାଙ୍କ ଗାଡିା  ଅଟକାଇଥିଲେ। ଆଉ ତା’ଉପରେ ଆକ୍ରମଣ କରିଥିଲେ । ଏହାପରେ ରାତିର ଅନ୍ଧାରରେ ଜଙ୍ଗଲ ଭିତରେ ଅଢ଼େଇ ଘଣ୍ଟା କାଳ ପ୍ରାୟ ୧୫ କିଲୋମିଟର ଦୌଡି ନିଜ ଜୀବନ ବଞ୍ଚାଇଥିବା ସେ କହିଛନ୍ତି।

କାନ୍ତି ଖରାଡି କହିଛନ୍ତି ଯେ, ସେ ୪ ଦିନ ପୂର୍ବରୁ ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖିଥିଲେ ମଧ୍ୟ ଏ ପ୍ରଯ୍ୟନ୍ତ କୌଣସିି ପଦକ୍ଷେପ ନିଆଯାଇନଥିଲା। ସେ କହିଛନ୍ତି ଯେ, ଯଦି ସେହି ଚିଠି ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାନ୍ତା ତେବେ ଆଜି ଏହି ଆକ୍ରମଣ ହୋଇନଥାନ୍ତା।

ସେପଟେ ଏହି ଘଟଣା ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମଧ୍ୟ ଟ୍ୱିଟ୍ କରି ବିଜେପିକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ବିଜେପିର ଗୁଣ୍ଡାମାନେ କଂଗ୍ରେସର ଆଦିବସୀ ନେତା ତଥା ଦନ୍ତା ବିଧାନସଭା ପ୍ରାର୍ଥୀ କାନ୍ତି ଖରାଡିଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରିଛନ୍ତି।

ଆଜି ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ଜାରି ରହିଛି। ସନ୍ଧ୍ୟା ୫ଟା ଯାଏଁ ଭୋଟ ଗ୍ରହଣ ହେବ। ୧୪ ଜିଲ୍ଲାର ୯୩ଟି ଆସନରେ ମତଦାନ ଚାଲିଛି। ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ଦେଢ଼ କୋଟି ମତଦାତା ୮୩୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଆସନ୍ତା ୮ ତାରିଖରେ ନିର୍ବାଚନର ଫଳାଫଳ ଆସିବ।

Show More

Related Articles

Back to top button