Breaking PLUSଦେଶ ବିଦେଶମୁଖ୍ୟ ଖବର
ଚୀନର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବରଖାସ୍ତ

ଚୀନର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ୍ ଲି ଶାଙ୍ଗଫୁଙ୍କୁ ପଦରୁ ହଟାଇ ଦିଆଯାଇଛି। ଗତ ୩ ମାସ ମଧ୍ୟରେ ଚୀନର ଦ୍ୱିତୀୟ ବରିଷ୍ଠ ନେତାଙ୍କୁ ହଟାଇ ଦିଆଯାଇଛି। ଏଥିରୁ ଜଣାପଡୁଛି ଯେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିକଟତର ନେତାଙ୍କ ସ୍ଥିରତା ନେଇ ସେମାନଙ୍କ ପଦବୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେଠାକାର ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜେନେରାଲ ଲି ଶାଙ୍ଗଫୁ ଗତ ଦୁଇ ମାସ ଧରି ଆତ୍ମଗୋପନ କରିଥିଲେ। ସେ ଗତ ୨ ମାସ ମଧ୍ୟରେ କେବେ ବି ଲୋକଙ୍କ ସାମ୍ନାକୁ ଆସିନଥିବା ଜଣାପଡିଛି। ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ତଥା ପରାମର୍ଶଦାତା ପଦରୁ ବରଖାସ୍ତ କରାଯାଇଛି। ଗତ ଜୁଲାଇରେ କ୍ୱିନ ଗେଂଗଙ୍କୁ ବୈଦେଶିକ ମନ୍ତ୍ରୀ ପଦରୁ ହଟାଯିବା ପରେ ତାଙ୍କୁ ପରାମର୍ଶଦାତା ପଦରୁ ମଧ୍ୟ ବରଖାସ୍ତ କରାଯାଇଥିବା ଚୀନ୍ ଘୋଷଣା କରିଛି।