Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି
ମହୁଆ ମୋଇତ୍ରଙ୍କୁ ଲୋକସଭା ସଦାଚାର କମିଟିର ସମନ

ସଂସଦରେ ପ୍ରଶ୍ନ ପାଇଁ ଲାଞ୍ଚ ନେବା ଅଭିଯୋଗରେ ଅଭିଯୁକ୍ତ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କୁ ଲୋକସଭା ସଦାଚାର କମିଟି ସମନ ଜାରି କରିଛି। ସମନରେ ମହୁଆଙ୍କୁ ଅକ୍ଟୋବର ୩୧ରେ କମିଟି ନିକଟରେ ହାଜର ହୋଇ ନିଜର ପକ୍ଷ ରଖିବାକୁ କୁହାଯାଇଛି। ମହୁଆଙ୍କ ବିରୋଧରେ ଅଭିଯୋଗ ଆଣିଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ସୁପ୍ରିମକୋର୍ଟ ଓକିଲ ଜୟ ଅନନ୍ତ ଦେହାଦ୍ରାଇ ଗୁରୁବାର ସଦାଚାର କମିଟି ନିକଟରେ ହାଜର ହୋଇ ନିଜର ବୟାନ ରେକର୍ଡ କରାଇଛନ୍ତି। ଅନ୍ୟପଟେ ପ୍ରଶ୍ନ ପାଇଁ ଲାଞ୍ଚ ଅଭିଯୋଗର ତଦନ୍ତ କରିବା ଲାଗି ସଦାଚାର କମିଟି ଅଧ୍ୟକ୍ଷ ବିନୋଦ ସୋନକର ସ୍ବରାଷ୍ଟ୍ର ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ସହଯୋଗ ଲୋଡିଛି। ସଂସଦରେ ପ୍ରଶ୍ନ ପଚାରିବା ଲାଗି ମହୁଆ ଶିଳ୍ପପତି ଦର୍ଶନ ହୀରାନନ୍ଦନୀଙ୍କଠାରୁ ଲାଞ୍ଚ ନେଇଥିବା ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟରେ ଅକ୍ଟୋବର ୧୫ରେ ଅଭିଯୋଗ ହୋଇଥିଲା।