Breaking PLUSଓଡ଼ିଶାମୁଖ୍ୟ ଖବର

ପ୍ରେସର ଦେବାବେଳେ ଫାଟିଲା ଟାଙ୍କି, ଗ୍ୟାରେଜ୍ ମାଲିକ ମୃତ

ଖୋର୍ଦ୍ଧା-  ଦଧିମାଛଗାଡିଆ ଛକ ନିକଟରେ ଥିବା ଟାୟାର ପ୍ରେସର ଦୋକାନରେ ଫାଟିଲା ପ୍ରେସର ଟାଙ୍କି। ଏଥିରେ ଦୋକାନ ମାଲିକ ନବ କିଶୋର ବରାଳଙ୍କ ମଦୃତ୍ୟୁ ହୋଇଥିବା ବେଳେ ୨ଜଣ ଆହାତ ହୋଇଛନ୍ତି। ଟ୍ରକର ଟାୟାରରେ ପ୍ରେସର ଦେଉଥିବା ବେଳେ ଫାଟିଥିଲା ଟାଙ୍କି ।

ଘଟଣାସ୍ଥଳରେ ଗ୍ୟାରେଜ୍ ମାଲିକ ମୃତ, ଅନ୍ୟ ଦୁଇ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି।  ସୂଚନା ଅନୁସାରେ ମାଆ ଭଗବତୀ ଟାୟାର ପ୍ରେସର ନାମକ ଦୋକାନରେ ସକାଳୁ ଟାୟାର ପ୍ରେସର୍ ଦେଉଥିବା ବେଳେ କୌଣସି କାରଣରୁ ଟାଙ୍କି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣଟି ଏତେ ଭୟଙ୍କର ଥିଲା ଯେ ଏଥିରେ ଗ୍ୟାରେଜ୍ ମାଲିକଙ୍କର ମୃତ୍ୟୁ ଘଟିଥିଲା। ମୃତକ ନବଘନ ପରିଡା ବୋଲି ଜଣାପଡିଛି। ଦୁଇ ଜଣ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଖୋର୍ଦ୍ଧା  ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button