Breaking PLUSଦେଶ ବିଦେଶମୁଖ୍ୟ ଖବର

ପୁଣି ବଢ଼ିଲା କମର୍ସିଆଲ ଗ୍ୟାସ ଦର

ମଧ୍ୟପ୍ରାଚ୍ୟରେ ଚାଲିଥିବା ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଏବେ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନରେ ସ୍ପଷ୍ଟ ଭାବେ ପଡ଼ୁଛି। ଇରାନ-ଆମେରିକା ସଂଘର୍ଷ ଫଳରେ ଇନ୍ଧନ ଯୋଗାଣ ବ୍ୟବସ୍ଥା ଅସ୍ଥିର ହୋଇପଡ଼ିଛି, ଯାହାର ପ୍ରଭାବ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି।

ବାଙ୍କୀ (କଟକ) ରେ ଆଜି ସକାଳୁ ଗ୍ୟାସ୍ ସିଲିଣ୍ଡର ପାଇଁ ଲୋକମାନେ ଏକ ଏଜେନ୍ସି ଆଗରେ ଲମ୍ବା ଲାଇନ୍ ଲଗାଇଥିଲେ। ସକାଳ ୬ଟାରୁ ଅପେକ୍ଷା କରିଥିଲେ ମଧ୍ୟ ଦିନ ପର୍ଯ୍ୟନ୍ତ ଗ୍ୟାସ୍ ନମିଳିବାରୁ ଉତ୍ତ୍ୟକ୍ତ ଲୋକେ ସିଲିଣ୍ଡର ରାସ୍ତାରେ ରଖି ଧାରଣାରେ ବସିଥିଲେ। ପରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ଉପଭୋକ୍ତାମାନଙ୍କ ଅଭିଯୋଗ, ବୁକିଂ ପରେ ମଧ୍ୟ ସମୟରେ ଗ୍ୟାସ୍ ମିଳୁନି, କିନ୍ତୁ ବଜାରରେ ଅଧିକ ଦରରେ ସିଲିଣ୍ଡର ବିକ୍ରି ହେଉଛି। ସେପଟେ କମର୍ସିଆଲ ଗ୍ୟାସ୍ ଯୋଗାଣ ସ୍ଥିତି ମଧ୍ୟ ସାଧାରଣ ହୋଇପାରିନି, ଯାହାରେ ହୋଟେଲ ଓ ରେଷ୍ଟୁରାଣ୍ଟ୍ ବ୍ୟବସାୟୀମାନେ ଗତ ମାସ ଧରି ଦୁର୍ଭୋଗ ଭୋଗୁଛନ୍ତି। କେନ୍ଦ୍ର ସରକାର ପକ୍ଷରୁ ୧୯ କିଲୋ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦରରେ ୧୯୫.୫୦ ଟଙ୍କା ବୃଦ୍ଧି କରାଯାଇଥିବାରୁ ଏହାର ମୂଲ୍ୟ ୨୨୦୦ ଟଙ୍କା ଅତିକ୍ରମ କରିଛି। ଏହା ହୋଟେଲ ଓ ବ୍ୟବସାୟିକ କ୍ଷେତ୍ରକୁ ଭାରୀ ପ୍ରଭାବିତ କରିବା ସହ ସାଧାରଣ ଲୋକଙ୍କ ଖର୍ଚ୍ଚକୁ ଆହୁରି ବଢ଼ାଇବ।

ଏହାସହିତ ବିମାନ ଇନ୍ଧନ (ଏଟିଏଫ୍) ଦର ମଧ୍ୟ ଦୁଇଗୁଣା ବଢ଼ିଛି। ଦିଲ୍ଲୀରେ ଏହାର ମୂଲ୍ୟ ୧.୦୪ ଲକ୍ଷ ଟଙ୍କାରୁ ବଢ଼ି ୨.୦୮ ଲକ୍ଷ ଟଙ୍କା ପହଞ୍ଚିଛି।ତେବେ ବିମାନ ସେବା ଉପରେ ଅଧିକ ଭାର ପଡ଼ିବାକୁ ରୋକିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କେବଳ ୨୫ ପ୍ରତିଶତ ଦରବୃଦ୍ଧିକୁ ଅନୁମତି ଦେଇଛି। ତଥାପି ଏହା ଫଳରେ ବିମାନ ଭାଡ଼ା ବଢ଼ିବା ସମ୍ଭାବନା ରହିଛି, ଯାହା ଯାତ୍ରୀଙ୍କ ପକେଟକୁ ପ୍ରଭାବିତ କରିବ।

Show More

Related Articles

Back to top button