Breaking PLUSଓଡ଼ିଶାମୁଖ୍ୟ ଖବର

27 ଯାଏ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର- ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ  । ପଶ୍ଚିମ ଓଡ଼ିଶାରେ ପାରଦ ଉପରମୁହଁା ହୋଇଥିବାରୁ ତାତି କମୁନାହିଁ। ଝାରସୁଗୁଡ଼ାରେ ପାରଦ ୪୫.୨ ଡିଗ୍ରୀ ଛୁଇଁଥିବା ବେଳେ ସମ୍ବଲପୁର, ହୀରାକୁଦ, ଟିଟିଲାଗଡ଼ ଏବଂ ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ଲେଖାଏଁ ରହିଛି। ଭବାନୀପାଟଣା ଏବଂ ବଲାଙ୍ଗିରରେ ପାରଦ ୪୪.୫ ଡିଗ୍ରୀ ଲେଖାଏଁ ଥିବାବେଳେ ସୁବର୍ଣ୍ଣପୁରରେ ୪୪.୭ଡିଗ୍ରୀ ରହିଥିଲା। ଭୁବନେଶ୍ବରରେ ୩୯.୩ ଏବଂ କଟକରେ ତାପମାତ୍ରା ୩୭.୮ ଡିଗ୍ରୀରେ ପହଞ୍ଚିଛି। ରାଜ୍ୟର ୧୯ଟି ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଶୁକ୍ରବାର ଅପେକ୍ଷା ଶନିବାର ଉପକୂଳ, ଉତ୍ତର, ଦକ୍ଷିଣ, ଆଭ୍ୟନ୍ତରୀଣ ଓଡ଼ିଶାର ଜିଲାଗୁଡ଼ିକରେ ଦିନ ତାପମାତ୍ରା ବୃଦ୍ଧି ପାଇଛି।

Show More

Related Articles

Back to top button