Breaking PLUSଓଡ଼ିଶାମୁଖ୍ୟ ଖବର
ଦନ୍ତା ହାତୀର ଗଳିତ ମୃତ ଦେହ ଠାବ

ଭୁବେଶ୍ୱର, 24 ମେ-ଦନ୍ତା ହାତୀର ଗଳିତ ମୃତ ଦେହ ଠାବ । କଳାହାଣ୍ଡି ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜ ଅନ୍ତର୍ଗତ କମର୍ଦ୍ଧା ଗାଁ ଠାରୁ ପ୍ରାୟ ୧ କିମି ଦୂରରେ ଏକ ଦନ୍ତା ହାତୀର ଗଳିତ ମୃତ ଦେହ ଠାବ ହେଇଛି।
ଆଜି ସକାଳୁ ଗାଁ ଲୋକଙ୍କ ଠାରୁ ଖବର ପାଇ ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ହାତୀଟି କିପରି ମୃତ୍ୟୁବରଣ କଲା ତାର କାରଣ ସ୍ପଷ୍ଟ ହୋଇନାହିଁ।
ସୂଚନାଯୋଗ୍ୟ ଏହି ଅଞ୍ଚଳରେ ହାତୀପଲ ନିୟମିତ ଭାବେ ଯାତାୟାତ କରନ୍ତି। ଗତବର୍ଷ ଏହି ଅଞ୍ଚଳରେ ଟ୍ରେନ୍ ଚାପାରେ ଗୋଟିଏ ହାତୀ ମୃତ୍ୟୁବରଣ କରିଥିଲା।



