Breaking PLUSଓଡ଼ିଶାମୁଖ୍ୟ ଖବର
ରାଜଧାନୀରେ ପୁଣି ହିଟ୍ ଆଣ୍ଡ୍ ରନ୍

ଭୁବନେଶ୍ୱର, 24 ମେ- ରାଜଧାନୀରେ ପୁଣି ହିଟ୍ ଆଣ୍ଡ୍ ରନ୍ । ଅଟୋକୁ ଘୋଷାଡ଼ି ନେଲା ଟ୍ରକ୍ । କଟକ-ପୁରୀ ବାଇପାସ୍ ରୋଡ୍ ପାଣ୍ଡରା ଛକରେ ଦୁର୍ଘଟଣା ଘଟିଛି ।
ଏନ୍ଏଚ୍ରେ ୫୦ରୁ ୬୦ ମିଟର ଯାଏଁ ଅଟୋକୁ ଘୋଷାଡ଼ି ନେଇଥିଲା ଟ୍ରକ୍ । ଭାରସାମ୍ୟ ହରାଇ ଅଟୋ ତଳକୁ ଖସି ଦୋକାନ ଭିତରକୁ ପଶିଗଲା । ଅଟୋରେ ଥିବା ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଫେରାର ହେବା ବେଳେ ଟ୍ରକ୍ ଜଣେ ବାଇକ୍ ଆରୋହୀଙ୍କୁ ବି ଧକ୍କା ଦେଇଛି । ତେବେ ଗୋଡ଼ାଇ ଗୋଡ଼ାଇ ବେପରୁଆ ଟ୍ରକ୍ ଡ୍ରାଇଭରକୁ ଧରି ପିଟିଛନ୍ତି ଲୋକେ ।



