ମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ବିକାଶ ସେଠୀଙ୍କ ସହ କଥା ହୋଇଥିଲେ ବୈଶାଳୀ

ଅଭିନେତ୍ରୀ ବୈଶାଳୀ ଗତକାଲି ଆତ୍ମହତ୍ୟା କରିଛନ୍ତି । ତେବେ କାହିଁକି ସେ ଏମିତି ଆତ୍ମହତ୍ୟା କଲେ ତାହା ଏବେ ଆଶ୍ଚର୍ଯ୍ୟ ସୃଷ୍ଟି କରୁଛି। ଅଭିନେତ୍ରୀ ଜଣଙ୍କ ବିବାହ ପାଇଁ ପ୍ରସ୍ତୁତ ହେଉଥିବା ଖବର ସାମ୍ନାକୁ ଆସୁଥିବାବେଳେ ସେ କାହିଁକି ଆତ୍ମହତ୍ୟା କଲେ ତାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ଏଭଳି ସ୍ଥିତିରେ ଆଉ ଏକ ଖବର ସାମ୍ନାକୁ ଆସିଛି। ଅଭିନେତା ବିକାଶ ସେଠୀ ଏବଂ ତାଙ୍କ ପତ୍ନୀ ଜାହ୍ନବୀ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ବୈଶାଳୀଙ୍କ ସହ କଥା ହୋଇଥିଲେ। ସେ କହିଥିଲେ ଯେ ସେ ତାଙ୍କ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି ଏବଂ ମୁମ୍ବାଇ ଆସିବେ। କିନ୍ତୁ ଅଭିନେତ୍ରୀ ଜଣଙ୍କ ହଠାତ ଏମିତି ଆତ୍ମହତ୍ୟା କରିଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି।ଜାହ୍ନବୀ ସୋସିଆଲ ମିଡିଆରେ ବୈଶାଳୀଙ୍କ ପାଇଁ ଏକ ପୋଷ୍ଟ ସେୟାର କରିଛନ୍ତି। ଲେଖିଛନ୍ତି, ଗତକାଲି କଥାବାର୍ତ୍ତା ହୋଇଥିଲେ ବୈଶାଳୀ ତୁମେ ଦେଖା କରିବ ବୋଲି କହିଥିଲ। ଏହା ଭଲ କଲ ନାହିଁ , ଫେରି ଆସ ।

Show More

Related Articles

Back to top button