୪୨.୨ ଡିଗ୍ରୀ ସହ ଟିଟିଲାଗଡ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ରାଜ୍ୟର କିଛି କିଛି ସ୍ଥାନରେ ପାରଦ ୪୧ ଡିଗ୍ରୀ ଉପରେ ରହିଛି। ଆଗାମୀ ୪ ଦିନରେ ପାରଦ ଆହୁରି ବଢିବ ବୋଲି ପୂର୍ବାନୁମାନ କରାଯାଇଛି। ଏପରିକି ଆସନ୍ତା ୪୮ ଘଣ୍ଟା ପାଇଁ ହିଟ୍ ୱେଭ କଣ୍ଡିସନ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଟିଟିଲାଗଡ ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପାଲଟିଛି। ଏହି ସହରରେ ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେହିପରି ବାରିପଦାରେ ୪୨ ଡିଗ୍ରୀ, ବଲାଙ୍ଗିରରେ ୪୧.୫ ଡିଗ୍ରୀ, ଝାରସୁଗୁଡାରେ ୪୧.୨ ଡିଗ୍ରୀ, ସମ୍ବଲପୁରରେ ୪୧.୨ ଡିଗ୍ରୀ, ଅନୁଗୁଳରେ ୪୧.୧ ଡିଗ୍ରୀ, ହୀରାକୁଦରେ ୪୧.୧ ଡିଗ୍ରୀ, ମାଲକାନଗିରିରେ ୪୧ ଡିଗ୍ରୀ ପାରଦ ରେକର୍ଡ କରାଯାଇଛି।
ସେହିପରି ଭବାନୀପାଟଣାରେ ୪୦.୮ ଡିଗ୍ରୀ, ଭୁବନେଶ୍ଵରରେ ୪୦.୫ ଡିଗ୍ରୀ, ନୟାଗଡରେ ୪୦.୩, ତାଳଚେରରେ ୪୦.୩, ବୌଦ୍ଧରେ ୪୦, ବାଲେଶ୍ଵରରେ ୪୦ ଏବଂ କଟକର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।ଅନ୍ୟପକ୍ଷେ ଆସନ୍ତା ୨୪ ଘଣ୍ଟା ପାଇଁ ସୋନପୁର, ବଲାଙ୍ଗୀରକୁ ହିଟ ୱେଭ ନେଇ ସତର୍କତା କରଯାଇଛି। ସେପଟେ ୩୧ ଓ ୧ ତାରିଖରେ ସୋନପୁର, ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର, କଳାହାଣ୍ଡି, ଅନୁଗୁଳକୁ ହିଟ୍ ୱେଭ ନେଇ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପାରଦ ପାଖା ପାଖି ୪୩ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା ରହିଛି।