Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ପାଣ୍ଡିଆନଙ୍କୁ କାଳିମାଡ ଘଟଣା, ଅଭିଯୁକ୍ତଙ୍କୁ ଛାଡିଲା ପୋଲିସ

ବଡଭାଇଙ୍କ ବ୍ୟକ୍ତିଗତ ମୁଚାଲିକା ପରେ ପୋଲିସ ଛାଡିଲା

ସତ୍ୟବାଦୀରେ ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ କାଳିମାଡ଼ ଘଟଣା । ଅଭିଯୁକ୍ତ ଭାସ୍କର ସାହୁଙ୍କୁ ପୁଲିସ ଛାଡ଼ି ଦେଇଥିବା ସୂଚନା ମିଳିଛି । ଅନୁଶୋଚନା ଓ ଦୁଃଖ ପ୍ରକାଶ କରିବା ପରେ ତାଙ୍କୁ ବଡ଼ଭାଇ ଧନେଶ୍ବର ସାହୁଙ୍କ ବ୍ୟକ୍ତିଗତ ମୁଚାଲିକା ପରେ ପୁଲିସ ଛାଡ଼ି ଦେଇଥିବା ସୂଚନା ରହିଛି। ଆଜି ସକାଳେ ଭାସ୍କର ସାହୁଙ୍କ ବଡ଼ଭାଇ ଧନେଶ୍ବର ସାହୁ ଓ ଗାଁର ୫ଜଣ ମୁରବି ତାଙ୍କୁ ସାକ୍ଷୀଗୋପାଳ ଥାନାରୁ କଣାସ ବ୍ଲକ ବଡ଼ାଲ ପଞ୍ଚାୟତ ହରିପୁର ନିଜ ଗାଁକୁ ନେଇଛନ୍ତି ।

ଗତକାଲି ସତ୍ୟବାଦୀରେ ୫-ଟି ସଚିବ ଭି କେ ପାଣ୍ଡିଆନ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କାଳିମାଡ଼ ହୋଇଥିଲା। ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ କଲେଜ ପରିସରରେ ଆୟୋଜିତ ସଭାରେ ମହିଳାଙ୍କ ସହ ହାତ ମିଳାଉଥିବା ବେଳେ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକ ବଡ଼ାଲ ପଞ୍ଚାୟତ ହରିପୁର ଗାଁର ଭାସ୍କର ସାହୁ ଉଭୟଙ୍କୁ କାଳିମାଡ଼ କରିଥିଲେ। ଭିଡ଼ ଭିତରୁ ଭାସ୍କର ତାଙ୍କ ଉପରକୁ ଏକ ପିଚକାରୀରେ କାଳିମାଡ଼ କରିଥିଲେ। କାଳି ସିଧାସଳଖ ୫-ଟି ସଚିବ ଓ ଜିଲ୍ଲାପାଳଙ୍କ ମୁହଁରେ ପଡ଼ିଥିଲା।

Show More

Related Articles

Back to top button