Breaking PLUSଓଡ଼ିଶାମୁଖ୍ୟ ଖବର

ମହିଳା କର୍ମଚାରୀଙ୍କୁ ପ୍ରତି ମାସରେ ଗୋଟିଏ ଦିନ ଅତିରିକ୍ତ ଛୁଟି

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ପ୍ରତି ମାସରେ ଗୋଟିଏ ଦିନ ଅତିରିକ୍ତ ଛୁଟି ମିଳିବ। ମାସିକ ଧର୍ମ ପାଇଁ ଏହି ଗୋଟିଏ ଦିନ ଅତିରିକ୍ତ ଛୁଟି ପ୍ରଦାନ କରାଯିବ ବୋଲି ଅର୍ଥ ବିଭାଗ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ସମସ୍ତ ସରକାରୀ ମହିଳା କର୍ମଚାରୀ ୫୫ ବର୍ଷ ପୂରଣ ହେବା ପର୍ଯ୍ୟନ୍ତ ବର୍ଷକୁ ମାସିକ ଧର୍ମ ଜନିତ ୧୨ ଦିନର ଅତିରିକ୍ତ ଛୁଟି ନେଇପାରିବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ଏଥିପାଇଁ ଗୋଟିଏ ମାସରେ ଗୋଟିଏ ଦିନ ହିଁ ଛୁଟି ମିଳିପାରିବ। ଉକ୍ତ ମାସରେ ସେହି ଛୁଟି ଉପଲବ୍ଧ ନ କଲେ ପରବର୍ତ୍ତୀ ମାସରେ ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ଏହା ମିଳିବନି ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Show More

Related Articles

Back to top button