
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ନିର୍ଦ୍ଦେଶ ଅନୁଯାୟୀ ଅଗଷ୍ଟ ୧ ରୁ ବ୍ୟାଙ୍କ ଅଟୋମେଟେଡ୍ ଟେଲର୍ ମେସିନ୍ (ଏଟିଏମ୍) ଉପରେ ଇଣ୍ଟରଚେଞ୍ଜ୍ ଚାର୍ଜରେ ୨ ଟଙ୍କା ବୃଦ୍ଧି ହେବ। ଜୁନ୍ ମାସରେ ଆରବିଆଇ ଆର୍ଥିକ କାରବାର ପାଇଁ ୧୫ ରୁ ୧୭ ଟଙ୍କା ଏବଂ ଅଣ ଆର୍ଥିକ କାରବାର ପାଇଁ ୫ ରୁ ୬ ଟଙ୍କାକୁ ବୃଦ୍ଧି କରିବାକୁ ଅନୁମତି ଦେଇଥିଲା।କ୍ରେଡିଟ୍ କାର୍ଡ କିମ୍ବା ଡେବିଟ୍ କାର୍ଡ ଜରିଆରେ ପେମେଣ୍ଟ ପ୍ରକ୍ରିୟାକରଣ କରୁଥିବା ବ୍ୟବସାୟୀମାନଙ୍କ ପାଇଁ ବ୍ୟାଙ୍କଗୁଡିକ ଦ୍ୱାରା ଆଦାନ ପ୍ରଦାନ ଶୁଳ୍କ। ସଂଶୋଧିତ ନିୟମ ଅନୁଯାୟୀ ଗ୍ରାହକମାନେ ନିଜ ବ୍ୟାଙ୍କ ଏଟିଏମରୁ ପ୍ରତିମାସରେ ପାଞ୍ଚଥର ଫ୍ରି ଟ୍ରାଞ୍ଜାକ୍ସନ କରିପାରିବେ। ଅନ୍ୟ ବ୍ୟାଙ୍କ ଏଟିଏମ୍ ବ୍ୟବହାର କରି ମେଟ୍ରୋ ସହରରେ ତିନିଥର ଫ୍ରି ଟ୍ରାଞ୍ଜାକ୍ସନ ଏବଂ ନନ-ମେଟ୍ରୋ ସହରରେ ପାଞ୍ଚଥର ଫ୍ରି ଟ୍ରାଞ୍ଜାକ୍ସନ କରିପାରିବେ।
୨୦୧୯ ଜୁନରେ ଆରବିଆଇ ଦ୍ୱାରା ଗଠିତ ଏକ କମିଟିର ପରାମର୍ଶ ଉପରେ ଆଧାର କରି ଏହି ପରିବର୍ତ୍ତନ କରାଯାଇଥିଲା। ଭାରତୀୟ ବ୍ୟାଙ୍କ ଆସୋସିଏସନର ତତ୍କାଳୀନ ସଭାପତି ଭି.ଜି କନ୍ନନଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ଏଟିଏମ୍ କାରବାରର ଅଦଳବଦଳ ଗଠନ ଉପରେ ବିଶେଷ ଧ୍ୟାନ ଦେଇ ଏଟିଏମ୍ ଚାର୍ଜର ସମୀକ୍ଷା କରିଥିଲା।ଆରବିଆଇ କହିଥିଲା ଯେ ବ୍ୟାଙ୍କ ଏଟିଏମ୍ ସ୍ଥାପନା ମୂଲ୍ୟ ବୃଦ୍ଧି ଓ ବ୍ୟାଙ୍କ କିମ୍ବା ହ୍ୱାଇଟ ଲେଭଲ ଏଟିଏମ୍ ଅପରେଟର ଦ୍ୱାରା କରାଯାଉଥିବା ଏଟିଏମ୍ ରକ୍ଷଣାବେକ୍ଷଣ ଖର୍ଚ୍ଚ ସହ ହିତାଧିକାରୀ ସଂସ୍ଥା ଓ ଗ୍ରାହକଙ୍କ ସୁବିଧା ସନ୍ତୁଳିତ କରିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ୟାଙ୍କଗୁଡିକ ଚାର୍ଜ ବୃଦ୍ଧି କରିବାକୁ ଅନୁମତି ଦିଆଯାଇଛି। ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୩୧ ସୁଦ୍ଧା ଦେଶର ବିଭିନ୍ନ ବ୍ୟାଙ୍କ ଦ୍ୱାରା ୧,୧୫,605 ଅନସାଇଟ୍ ଏଟିଏମ୍ ଏବଂ ୯୭,୯୭୦ ଅଫ୍ ସାଇଟ୍ ଟେଲର୍ ମେସିନ୍ ଏବଂ ବିଭିନ୍ନ ବ୍ୟାଙ୍କ ତରଫରୁ ଜାରି କରାଯାଇଥିବା ପ୍ରାୟ ୯୦ କୋଟି ଡେବିଟ୍ କାର୍ଡ ଥିଲା।