
ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜିକାଲି ‘ପାନାମା ପେପର ଲିକ୍’ ମାମଲାରେ ଚର୍ଚ୍ଚାରେ ରହିଛନ୍ତି। ଗତ ସୋମବାର ଦିନ ଐଶ୍ୱର୍ଯ୍ୟାଙ୍କୁ ଏ ବାବଦରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ପଚରାଉଚରା କରିଥିଲା। ଏହି ମାମଲାରେ ଅଧିକାରୀମାନେ ଐଶ୍ୱର୍ଯ୍ୟାଙ୍କୁ ପ୍ରାୟ ୫ ଘଣ୍ଟା ଧରି ପ୍ରଶ୍ନ ପଚାରିଥିଲେ।
ଏଥି ସହିତ, ଐଶ୍ୱର୍ଯ୍ୟା ଇଡିର ପଚରାଉଚରା ପରେ ପ୍ରଥମ ପୋଷ୍ଟ ସେୟାର କରିଛନ୍ତି। ଏହି ଫଟୋ ସେୟାର କରି ସେ ତାଙ୍କ ବାପାମାଙ୍କୁ ପ୍ରେମ ଏବଂ ଆଶିର୍ବାଦ ପାଇଁ ଧନ୍ୟବାଦ ଦେଇଛନ୍ତି।
ଖବର ଅନୁଯାୟୀ, ମା ବୃନ୍ଦା ଏବଂ ଦିବଂଗତ ବାପା କୃଷ୍ଣରାଜ ରାୟଙ୍କ ୫୨ତମ ୱେଡିଂ ଏନିଭର୍ସରୀରେ ଏଶ୍ୱର୍ଯ୍ୟା ଏକ ଥ୍ରୋ ବ୍ୟାକ୍ ଫଟୋ ସେୟାର କରିଛନ୍ତି। ଏହି ଫଟୋ ସହିତ ଅଭିନେତ୍ରୀ ଲେଖିଛନ୍ତି, ‘ବିବାହ ବାର୍ଷିକୀର ଅଭିନନ୍ଦନ ଡାର୍ଲିଂ ମମି-ଡାଡି…ଆପଣଙ୍କୁ ବହୁତ ଭଲପାଏ। ଆପଣଙ୍କ ଭଲପାଇବା ଏବଂ ଆଶିର୍ବାଦ ପାଇଁ ଧନ୍ୟବାଦ।’ ଏହି ଫଟୋ ଉପରେ ଫ୍ୟାନ୍ସଙ୍କ ସହିତ ସେଲିବ୍ରେଟି ମଧ୍ୟ ପ୍ରତିକ୍ରିୟା ଦେଉଛନ୍ତି। ଏହା ସହିତ ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନ ହାର୍ଟ ଇମୋଜି ଦେଇଛନ୍ତି।