ଏଡ୍ସ ରୋଗୀଙ୍କ ଜୀବନ ରକ୍ଷାକରୀ ଔଷଧର ମରୁଡି
ସରକାରଙ୍କୁ ସତର୍କ କରାଇଲା ଏଏସଆଇ

ଦେଶରେ ଏଡ୍ସ ରୋଗୀଙ୍କ ଜୀବନ ରକ୍ଷାକରୀ ଔଷଧର ଅଭାବକୁ ନେଇ ଏଡ୍ସ ସୋସାଇଟି ଇଣ୍ଡିଆ କେନ୍ଦ୍ର ସରକାଙ୍କୁ ସତର୍କ କରାଇଛି। ଶୀଘ୍ର ଏହି ଔଷଧ ଗୁଡକ ଅଭାବ ଦୂର କରା ନଗଲେ ବହୁ ଅସୁବିଧାର ସାମନା କରିବାକୁ ପଡିବ । ଏହାସହ ୨୦୩୦ ସୁଦ୍ଧା ଏଡ୍ସକୁ ଶେଷ କରିବା ପାଇଁ ବିଶ୍ୱ ସ୍ଥ୍ୟାସ୍ଥ୍ୟ ସଂଗଠନ ରଖିଥିବା ଲକ୍ଷ୍ୟ ମଧ୍ୟ ପ୍ରଭାବିତ ହେବ। ଏଏସଆଇ ଅଧକ୍ଷ ଡା.ଇଶ୍ୱର ଗିଲାଡା କହିଛନ୍ତି ଯେ ଦେଶରେ ଗତ ଦୁଇ ମାସ ଧରି ଏଡ୍ସ ଔଷଧର ପର୍ଯ୍ୟାପ୍ତ ଆବଶ୍ୟକତା ପୂରଣ ହୋଇପାରୁ ନାହିଁ। ଫଳରେ ରୋଗୀ ବହୁ ଅସୁବିଧାର ସାମନାକୁ କରୁଛନ୍ତି । ଦେଶରେ ରିଟ୍ରୋ ଭାଇରାଲ ଥେରପୀ (ଏଆରଟି)ର ୧୦୫୦ ସରକାରୀ କେନ୍ଦ୍ର ଏବଂ ଅନେକ ଘରୋଇ କେନ୍ଦ୍ର ରହିଛି । କିନ୍ତୁ ଏଆରଟି କେନ୍ଦ୍ର ଗୁଡିକରେ ଲଗାତାର ଔଷଧର ଅଭାବ ରହିଛି ।
୨୦୩୦ ସୁଦ୍ଧା ଦୁନିଆକୁ ଏଡ୍ସ ମୁକ୍ତ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲକ୍ଷ୍ୟ ରଖିଛି। ୧୯୮୬ରେ ଜେଜେ ହସ୍ପିଟାଲରେ ଦେଶରେ ପ୍ରଥମ ଏଡ୍ସ କ୍ଲିନିକ କରିଥିବା ଡାକ୍ତର ଗିଲାଡା କହିଛନ୍ତି, ଯଦି ଏଡ୍ସ ରୋଗୀ ନିୟମିତ ଔଷଧ ନିଅନ୍ତି ତେବେ ଏଚଆଇଭି ଭାଇରସ ନିୟନ୍ତ୍ରଣରେ ରହିବ ଏବଂ ନୂଆ ରୋଗୀ ନ ହେବା ଫଳରେ ୨୦୩୦ ସୁଦ୍ଧା ଏଡ୍ସ ଉପରେ ନିୟନ୍ତ୍ରଣ ହାସଲ କରାଯାଇ ପାରିବ। ରେକର୍ଡ ଅନୁସାରେ ଦେଶରେ ମୋଟ ୧୭ ଲକ୍ଷ ଏଚଆଇଭି ରୋଗୀ ଅଛନ୍ତି । ଏଥିରୁ ୧୪ ଲକ୍ଷ ରୋଗୀ ଜୀବନ ରକ୍ଷାକାରୀ ଔଷଧ ନିୟମିତ ନେଉଛନ୍ତି । କିନ୍ତୁ ତିନି ଲକ୍ଷ ଲୋକେ ଔଷଧ ସେବନ କରୁନାହାନ୍ତି । ରିପୋର୍ଟ ଅନୁସାରେ ଦେଶରେ ମୋଟ ଏଚଆଇଭି ସଂକ୍ରମିତ ମଧ୍ୟରୁ ୫୦ ପ୍ରତିଶତ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, କେରଳ ଏବଂ ଆନ୍ଧ୍ର ପ୍ରଦେଶରେ ଅଛନ୍ତି ।