ରାଜ୍ୟରେ ବନ୍ଦ ହେବ ସମସ୍ତ କୋଭିଡ୍ କେୟାର ସେଣ୍ଟର
ରାଜ୍ୟରେ କରୋନା ସଂକ୍ରମଣ କମୁଥିବାରୁ ରାଜ୍ୟ ସରକାର ସମସ୍ତ କୋଭିଡ କେୟାର ସେଣ୍ଟର ବା ସିସିସିକୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । କରୋନା ପାଇଁ ରାଜ୍ୟ ସରକାରଙ୍କ ବୈଷୟିକ କମିଟିର ପରାମର୍ଶ କ୍ରମେ ଏହାକୁ ବନ୍ଦ କରି ଦିଆଯିବ । ତେବେ ଯେଉଁ ସିସିସିରେ ରୋଗୀମାନେ ଚିକିତ୍ସିତ ହେଉଛନ୍ତି ସେମାନେ ଡିସଚାର୍ଜ ହେବା ପର୍ଯ୍ୟନ୍ତ ସମ୍ପୃକ୍ତ ସିସିସି କାର୍ଯ୍ୟକ୍ଷମ ରହିବ ବୋଲି ସ୍ପଷ୍ଟ କରାଯାଇଛି ।
ରାଜ୍ୟରେ କରୋନା ସଂକ୍ରମଣ କମୁଥିବାରୁ ରାଜ୍ୟ ସରକାର ସମସ୍ତ କୋଭିଡ କେୟାର ସେଣ୍ଟର ବା ସିସିସିକୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । କରୋନା ପାଇଁ ରାଜ୍ୟ ସରକାରଙ୍କ ବୈଷୟିକ କମିଟିର ପରାମର୍ଶ କ୍ରମେ ଏହାକୁ ବନ୍ଦ କରି ଦିଆଯିବ । ତେବେ ଯେଉଁ ସିସିସିରେ ରୋଗୀମାନେ ଚିକିତ୍ସିତ ହେଉଛନ୍ତି ସେମାନେ ଡିସଚାର୍ଜ ହେବା ପର୍ଯ୍ୟନ୍ତ ସମ୍ପୃକ୍ତ ସିସିସି କାର୍ଯ୍ୟକ୍ଷମ ରହିବ ବୋଲି ସ୍ପଷ୍ଟ କରାଯାଇଛି । ଏହା ସହ ରାଜ୍ୟରେ କରୋନାର ତୃତୀୟ ଲହର ଆଶଙ୍କାକୁ ନଜରରେ ରଖି ସରକାରଙ୍କ ଦ୍ୱାରା ପରିଚାଳିତ କୋଭିଡ ହେଲଥ ସେଣ୍ଟର ବା ସିଏଚସି ଓ କୋଭିଡ ହସ୍ପିଟାଲ ପୂର୍ବ ଭଳି କାର୍ଯ୍ୟ କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଚଳିତ ମାସ ୧ ତାରିଖରୁ ଏହି ନିଷ୍ପତିକୁ କାର୍ଯ୍ୟକାରୀ କରାଯାଇଛି । ଏ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଚିଠି ଜାରି କରାଯାଇଛି । ସେହିପରି ଘରୋଇ ସହଭାଗିତାରେ ଯେଉଁ କୋଭିଡ ଚିକିତ୍ସା ବ୍ୟବସ୍ଥା କାର୍ଯ୍ୟ କରୁଛି ଯଦି ତହିଁରେ କୌଣସି ରୋଗୀ ଚିକିତ୍ସିତ ହେଉନାହାନ୍ତି । ତାହାକୁ ମଧ୍ୟ ବନ୍ଦ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ରୋଗୀ ଚିକିତ୍ସିତ ହେଉଥିଲେ ଡିସଚାର୍ଜ ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ରହିବ ।