Breaking PLUSଓଡ଼ିଶାମୁଖ୍ୟ ଖବର

ଜେଲରୁ ମୁକୁଳିଲେ ଅଲୁ ଅର୍ଜୁନ

ତେଲଙ୍ଗାନା ହାଇକୋର୍ଟରୁ ଜାମିନ ମିଳିବା ପରେ ଶନିବାର ସକାଳେ ଜେଲରୁ ବାହାରିଛନ୍ତି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଶୁକ୍ରବାର ସନ୍ଧ୍ୟାରେ ହାଇକୋର୍ଟ ଅଲ୍ଲୁଙ୍କୁ ଜାମିନ ଦେଇଥିଲେ ହେଁ ତାଙ୍କୁ ଗୋଟିଏ ରାତି ଜେଲରେ ରହିବାକୁ ପଡ଼ିଥିଲା। ଅଲ୍ଲୁ ଜେଲରୁ ବାହାରିବା ପରେ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ଗତ ୪ ତାରିଖ ରାତିରେ ହାଇଦ୍ରାବାଦର ସନ୍ଧ୍ୟା ସିନେମାହଲରେ ପୁଷ୍ପା-୨ ଚଳଚ୍ଚିତ୍ରର ପ୍ରିମିୟର ଶୋ’ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା। ରାତି ପ୍ରାୟ ସାଢ଼େ ୧୦ଟାରେ ପ୍ରିମିୟର ଶୋ’ ପାଇଁ ଅଲ୍ଲୁ ହଲ୍ ବାହାରେ ପହଞ୍ଚିବା ସମୟରେ ତାଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଠେଲାପେଲା ହେବାରୁ ଦଳାଚକଟା ହୋଇଥିଲା। ଏଥିରେ ଏମ. ରେବତୀ ନାମ୍ନୀ ୩୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୁଲିସ ଅଲ୍ଲୁଙ୍କୁ ଉଦ୍ଦେଶ୍ୟ ନ ଥାଇ ହତ୍ୟା ମାମଲାରେ ଶୁକ୍ରବାର ତାଙ୍କ ବାସଭବନରୁ ଗିରଫ କରିଥିଲା, ଯାହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

Show More

Related Articles

Back to top button