ଗୋଟିଏ ଦିନରେ ୧୨ ଲକ୍ଷ ଲୋକଙ୍କୁ କରୋନା ଟିକା ଦେଇ ରେକର୍ଡ ସୃଷ୍ଟି କଲା ଆନ୍ଧ୍ରପ୍ରଦେଶ
ଆନ୍ଧ୍ରପ୍ରଦେଶ ଗୋଟିଏ ଦିନରେ ଆଜି ପ୍ରାୟ ୧୨ ଲକ୍ଷ ଲୋକଙ୍କୁ କରୋନା ପ୍ରତିଷେଧକ ଟିକା ଦେଇ ରେକର୍ଡ ସୃଷ୍ଟି କରିଛି। ସରକାରୀ ତଥ୍ୟ ଅନୁସାରେ ଆଜି ଅପରାହ୍ନ ୫ଟା ସୁଦ୍ଧା ୧୧.୮୫ ଲକ୍ଷ ହିତାଧିକାରୀଙ୍କୁ ଟିକା ପ୍ରଦାନ କରାଯାଇଛି। ତା'ଛଡା ଅନେକ କେନ୍ଦ୍ରରେ ସନ୍ଧ୍ୟା ପର୍ଯ୍ୟନ୍ତ ଟିକା ଦିଆଯିବାକୁ ଥିବାରୁ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏଥିସହ ରାଜ୍ୟରେ ପ୍ରଥମ ଡୋଜ୍ ଟିକାକରଣ ସଂଖ୍ୟା ୧ କୋଟି ଟପିଛି।
ଆନ୍ଧ୍ରପ୍ରଦେଶ ଗୋଟିଏ ଦିନରେ ଆଜି ପ୍ରାୟ ୧୨ ଲକ୍ଷ ଲୋକଙ୍କୁ କରୋନା ପ୍ରତିଷେଧକ ଟିକା ଦେଇ ରେକର୍ଡ ସୃଷ୍ଟି କରିଛି। ସରକାରୀ ତଥ୍ୟ ଅନୁସାରେ ଆଜି ଅପରାହ୍ନ ୫ଟା ସୁଦ୍ଧା ୧୧.୮୫ ଲକ୍ଷ ହିତାଧିକାରୀଙ୍କୁ ଟିକା ପ୍ରଦାନ କରାଯାଇଛି। ତା’ଛଡା ଅନେକ କେନ୍ଦ୍ରରେ ସନ୍ଧ୍ୟା ପର୍ଯ୍ୟନ୍ତ ଟିକା ଦିଆଯିବାକୁ ଥିବାରୁ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏଥିସହ ରାଜ୍ୟରେ ପ୍ରଥମ ଡୋଜ୍ ଟିକାକରଣ ସଂଖ୍ୟା ୧ କୋଟି ଟପିଛି।
ମୁଖ୍ୟମନ୍ତ୍ରୀ ଜଗନ ମୋହନ ରୋଡ୍ଡୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିକାକରଣ ଅଭିଯାନ ଆରମ୍ଭ କରାଯାଇଛି। ପୂର୍ବରୁ ରାଜ୍ୟରେ ଗୋଟିଏ ଦିନରେ ୬ ଲକ୍ଷ ଡୋଜ୍ ଟିକା ଦିଆଯାଇ ରେକର୍ଡ ସୃଷ୍ଟି ହୋଇଥିଲା। ତେବେ ଏହି ସଫଳତାର ଶ୍ରେୟ ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟ କରୋନା ଯୋଦ୍ଧାଙ୍କର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୬୪୬ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୫୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୭୭୭୨ ଜଣ କରୋନାରୁ ଆରୋଗ୍ୟଲାଭ କରିଛନ୍ତି।