Breaking PLUSଓଡ଼ିଶାଶିକ୍ଷା

ରାଜ୍ୟରେ ଖୁବ୍ ଶୀଘ୍ର ଖୋଲିବାକୁ ଯାଉଛି ଅଙ୍ଗନବାଡି କେନ୍ଦ୍ର

ଦୀର୍ଘ ୨ ବର୍ଷ ହେବ ଅଙ୍ଗନବାଡ଼ି ବନ୍ଦ ଥିବାରୁ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି

ଭୁବନେଶ୍ୱର: ଦୀର୍ଘ ୨ ବର୍ଷ ହେବ ଅଙ୍ଗନବାଡ଼ି ବନ୍ଦ ଥିବାରୁ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ କରୋନା ଗ୍ରାଫ୍ କ୍ରମଶଃ ହ୍ରାସ ପାଇଥିବାରୁ ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀଗୁଡ଼ିକର ପିଲାମାନଙ୍କ ପାଇଁ ଶ୍ରେଣୀଗୃହ ପାଠପଢା ଆରମ୍ଭ କରିଦେଇଛନ୍ତି। ଫେବ୍ରୁଆରି ୨୮ ତାରିଖ ଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ପିଲାାମାନେ ଅଫ୍‌ଲାଇନ୍‌ରେ ପାଠ ପଢ଼ିବାକୁ ବିଦ୍ୟାଳୟକୁ ଯିବେ। ଏହାରି ମଧ୍ୟରେ ରାଜ୍ୟ ସରକାର ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।
ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ନିତ୍ୟନାରାୟଣ ବାରିକ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି।

ସଚିବ ଶ୍ରୀ ବାରିକ୍‌ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟରେ କରୋନା ନିମ୍ନଗାମୀ ହେବାରେ ଲାଗିଛି। ତେଣୁ ସରକାର ଅଙ୍ଗନବାଡ଼ିଗୁଡ଼ିକ ଖୋଲିବା ପାଇଁ ଯୋଜନା କରୁଛନ୍ତି। ଅନ୍ୟପଟରେ ଗତ ୨ ବର୍ଷ ହେବ ଅଙ୍ଗନବାଡ଼ିଗୁଡ଼ିକ ବନ୍ଦ ଥିବାରୁ କୋଠା ଓ ଅନ୍ୟ ଜିନିଷପତ୍ରକୁ ପ୍ରସ୍ତୁତ ରଖିବାର ଅଛି। ତେଣୁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପ୍ରସ୍ତୁତି ନେଇ ଆସନ୍ତା ୧୬ ତାରିଖରେ ରିପୋର୍ଟ ଦାଖଲ କରନ୍ତୁ।

Show More

Related Articles

Back to top button