Breaking PLUSମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର
କଂଗ୍ରେସକୁ ଆଉ ଏକ ଶକ୍ତ ଝଟକା : ଇସ୍ତଫା ଦେଲେ କଂଗ୍ରେସ ନେତା ଆନନ୍ଦ ଶର୍ମା
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ଶକ୍ତ ଧକ୍କା ଲାଗିଛି । ଦଳର ପ୍ରମୁଖ ନେତା ଆନନ୍ଦ ଶର୍ମାଙ୍କୁ ପରିଚାଳନା କମିଟି ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ମାତ୍ର ଆନନ୍ଦ ଏହି ପଦରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ ଜି୨୩ ଗ୍ରୁପର ଗୁଲାମ ନବୀ ଆଜାଦଙ୍କ ପରେ ଆନନ୍ଦଙ୍କ ଇସ୍ତଫା କଂଗ୍ରେସରେ ସବୁ କିଛି ଠିକ ନାହିଁ ବୋଲି ଦର୍ଶାଯାଉଛି । ଦଳର ବୈଠକରେ ମୋ ପରାମର୍ଶକୁ ଗୁରୁତ୍ୱ ଦିଆ ଯାଉ ନ ଥିବାରୁ ତାଙ୍କ ସମ୍ମାନରରେ ଆଂଚ ଆସିଥିଲା । ଫଳରେ ତାଙ୍କୁ ବାଧ୍ୟ ହୋଇ ଏହି ନିଷ୍ପତି ନେବାକୁ ପଡିଲା ବୋଲି ସେ କହିଛନ୍ତି । ଚଳିତ ବର୍ଷ ଶେଷ ଭାଗରେ ହିମାଚଳ ପ୍ରଦେଶରେ ନିର୍ବାଚନ ହେବ । ବିଜେପିକୁ କ୍ଷମତାରୁ ହଟାଇବା ପାଇଁ କଂଗ୍ରେସ ରଣନୀତି ଆରମ୍ଭ କରିଛି । ଆନନ୍ଦ ଶର୍ମା ୧୯୮୪ରେ ରାଜ୍ୟସଭା ଟିକେଟ ପାଇ ବିଜୟୀ ହୋଇଥିଲେ ।