ଓଡ଼ିଶାଦେଶପାଣିପାଗ

୨୦ ରେ ଅବପାତରେ ପରିଣତ ହୋଇ ୨୧ ରେ ବାତ୍ୟାର ରୂପ ନେବ ‘ଅସନି’

'ଅସନି' ପ୍ରଭାବରେ ୮୦ ରୁ ୯୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ସପ୍ତାହରେ ପହଞ୍ଚିବାର ଆଶଙ୍କା ରହିଛି । ସୃଷ୍ଟି ହୋଇଥିବା ଲଘୁଚାପ ବର୍ତମାନ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରିଭୁତ ହୋଇଛି । ଏହା ଧିରେ ଧିରେ ପୂର୍ବ ଓ ଉତ୍ତରପୂର୍ବ ଦିଗରେ ଗତି କରିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ , ୧୯ ତାରିଖ ସକାଳ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖରେ ଦକ୍ଷିଣ ଆଣ୍ଡାମନ ସାଗରରେ ୱେଲମାର୍କ ଲୋ-ପ୍ରେସରରେ କେନ୍ଦ୍ରିଭୂତ ହେବ । ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଆଣ୍ଡାମାନ ନିକୋବର ଦୀପପୁଂଜ ପାଖରେ ଗତି କରିବ । ୨୦ ତାରିଖ ସୁଦ୍ଧା ଅବପାତରେ ପରିଣତ ହେବ । ୨୧ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇପାରେ ବୋଲି ଆକଳନ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଂଜୟ ମହାପାତ୍ର । ଏହି ସମ୍ଭାବ୍ୟ ସାମୁଦ୍ରିକ ଝଡ ୨୩ ତାରିଖ ସକାଳ ସୁଦ୍ଧା ବାଂଲାଦେଶ- ମିଆଁମାର ପାଖରେ ପହଂଚିବ । ଏହାର ପ୍ରଭାବରେ ଆସନ୍ତା ୧୯ ତାରିଖରୁ ଆଣ୍ଡାମାନ ନିକୋବର ଦୀପପୂଂଜ ଓ ଏହାର ଆଖପାଖ ସାମୁଦ କୂଳବର୍ତ୍ତି ଅଂଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ବେଳେ ବେଳେ ପବନର ବେଗ ୬୦ରୁ ୭୦ କିଲୋମିଟର, ଏବଂ ସ୍ଥାନେ ସ୍ଥାନେ ୮୦ କିଲୋମିଟର ବେଗ ଛୁଇଁ ପାରେ । ଏହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ବୁଧବାର ବଙ୍ଗୋପସାଗରର ଦକ୍ଷିଣ ଅଞ୍ଚଳ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗରରେ ମାଛ ଧରିବାକୁ ନଯିବାକୁ  ବାରଣ କରାଯାଇଛି ।
Show More

Related Articles

Back to top button