ଓଡ଼ିଶାମନୋରଞ୍ଜନସେଲିବ୍ରିଟିସ୍ୱତନ୍ତ୍ର
ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଆଥିଆ ଏବଂ କେ.ଏଲ ରାହୁଲ

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଆଥିଆ ଏବଂ କେ.ଏଲ ରାହୁଲ । ଏନେଇ ସୁନୀଲ ଶେଟ୍ଟୀଙ୍କ ପକ୍ଷରୁ ସୂଚନା ମିଳିଥିବାବେଳେ ଖୁବଶୀଘ୍ର ଉଭୟଙ୍କ ବିବାହ ତାରିଖ ଘୋଷଣା କରାଯିବ।
ସୁନୀଲ ଶେଟ୍ଟୀ ନିଶ୍ଚିତ କରିଛନ୍ତି ଯେ, କେ.ଏଲ ରାହୁଲ ଏବଂ ଆଥିଆ ଖବୁଶୀଘ୍ର ବିବାହ କରିବେ। ଏବେ ସମ୍ଭାବ୍ୟ ତାରିଖ ଉପରେ ଚିନ୍ତା କରାଯାଉଛି। ଉଭୟଙ୍କ ସମୟକୁ ବିଚାରକୁ ନିଆଯାଇ ବିବାହ ତାରିଖ ସ୍ଥିର କରାଯିବ।
ରାହୁଲ ଏବଂ ଆଥିଆ ୩ ବର୍ଷ ହେବ ପରସ୍ପରକୁ ଡେଟ୍ କରୁଛନ୍ତି। କିଛି ମାସ ପୂର୍ବରୁ ଇନଷ୍ଟାଗ୍ରାମରେ ଆନୁଷ୍ଠାନିକ ଭାବେ ଦୁହେଁ ଘୋଷଣା କରିଥିଲେ।