Breaking PLUSଓଡ଼ିଶାମୁଖ୍ୟ ଖବର

KIITର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରିବାକୁ ଦାବି କଲେ ବିଜେପି ବିଧାୟକ ବାବୁ ସିଂ

ଭୁବନେଶ୍ବର: ଆଜି ବିଧାନସଭାରେ ଶୂନ୍ୟକାଳରେ କିଟ୍ ତାତି ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗ ଉଠାଇଛନ୍ତି ବିଜେପି ବିଧାୟକ ବାବୁ ସିଂ। ସେ କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରିବାକୁ ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି। ବାବୁ ସିଂ କହିଛନ୍ତି, କିଟ୍ ବହୁ ଜମିକୁ ଜବରଦଖଲ କରିଛି। ଜଙ୍ଗଲ ଜମିରେ ବେଆଇନ୍ ନିର୍ମାଣ ହୋଇଛି। ଏପରିକି ମନ୍ଦିର ନିର୍ମାଣ ବି ହୋଇଛି । ଯେଉଁମାନେ କିଟ୍ ର କନଷ୍ଟ୍ରକସନ୍ କାମ କରୁଛନ୍ତି ସେମାନେ କେଉଁ ଦଳର ତାର ତଦନ୍ତ ହେବା ଦରକାର । ଶାଗ ମାଛ ଦରରେ କିଟ୍ ଜମି କିଣିଛି। ଗୁଣ୍ଡା ଲଗାଇ ଜମି ମାଲିକଙ୍କଠାରୁ ଜମି ହାତେଇଛି କିଟ୍।

Show More

Related Articles

Back to top button