Breaking PLUSଓଡ଼ିଶାମୁଖ୍ୟ ଖବର
ଡିକି ଭାଙ୍ଗି 50ହଜାର ଟଙ୍କା ସହ ସୁନାଗହଣା ଲୁଟ୍

ବାରିପଦା, 22 ନଭେମ୍ବର – ଗାଡି ଡିକି ଭାଙ୍ଗି 50ହଜାର ଟଙ୍କା ସହ 30ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍ । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ନିକଟସ୍ଥ ମୁଖ୍ୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଏକ ଜଳଖିଆ ଦୋକାନରୁ ଗହଣା ବ୍ୟବସାୟୀ ବଳରାମ ରଣା ଜଳଖିଆ କିଣୁଥିବା ସମୟରେ ତାଙ୍କ ଗାଡ଼ି ଡିକି ଭାଙ୍ଗି ଆନୁମାନିକ ୫୦ ହଜାର ଟଙ୍କା ଏବଂ ୩୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏନେଇ ଥାନାରେ ମାମଲା ରୁଜୁ ହୋଇଛି । ବଡ଼ସାହି ଥାନା ଅଞ୍ଚଳରେ ୨୨ଟି ସିସିଟିଭି କ୍ୟାମେରା ଲାଗିଥିଲେ ମଧ୍ୟ ଏଠାରେ ଚୋରି ଡକାୟତି ବଢ଼ିଚାଲିଛି । ବଉ ହାତ ବାନ୍ଧି ବସିଛି ପୋଲିସ । ଯାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।