Breaking PLUSଓଡ଼ିଶାମୁଖ୍ୟ ଖବର

ସଞ୍ଜୟ ଦାସବର୍ମାଙ୍କୁ ଘେରିଲେ ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ସମର୍ଥକ

ଭୁବନେଶ୍ୱର, 22 ଏପ୍ରିଲ- ଥମୁନି ବିଜେଡି କନ୍ଦଳ। ଏବେ ଖୋଲାଖୋଲି ବିରୋଧ, ବିଦ୍ରୋହ ଆରମ୍ଭ ହୋଇଛି। ରାଜ୍ୟ ପରିଷଦ ସଦସ୍ୟକୁ ନେଇ ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ଘେରିଛନ୍ତି ଭୁବନେଶ୍ଵର ବିଜେଡିର ଏକ ବଡ଼ ଗୋଷ୍ଠୀ। ବିଜେଡିର ଟାଣୁଆ କର୍ପୋରେଟରରେ ଅମରେଶ ଜେନାଙ୍କ ଶତାଧିକ ସମର୍ଥକ ରାତି ଅଧରେ ଘେରିଛତି ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ବିରୋଧ କରିଛନ୍ତି । ସଞ୍ଜୟଙ୍କ ଖରବେଳନଗର ସ୍ଥିତ ବାସଭବନରେ ପହଞ୍ଚି ପ୍ରବଳ ହୋହଲା କରିଛନ୍ତି। ରାଜ୍ୟ ପରିଷଦ ସଦସ୍ୟ ତାଲିକାରୁ ଅମରେଶଙ୍କ ନାମ ବାଦ ପଢ଼ିବା ପଛରେ ସଞ୍ଜୟଙ୍କ ହାତ ଥିବା ସେମାନେ ଖୋଲାଖୋଲି ଅଭିଯୋଗ କରିଛନ୍ତି । ବିଜେଡି ରାଜ୍ୟ ପରିଷଦ ଓ ପର୍ଯ୍ୟକାରିଣୀ ସଭ୍ୟ ଚୟନ ନେଇ ଦଳ ଭିତରେ ବିବାଦ ଏବେ ତେଜିବାରେ ଲାଗିଛି। ଏହାକୁ ନେଇ ଅଙ୍କ ଛିଣ୍ଡୁନଥିବାବେଳେ ଖୋଲା ଖୋଲି ବିଦ୍ରୋହକୁ ଓହ୍ଲାଇଛନ୍ତି କର୍ପୋରେଟର ଅମରେଶ । ଉଦ୍ଦେଶ୍ୟମୂଳକ ଭାବେ କିଛି ପରାଜିତ ନେତା ଏକାଠି ହୋଇ ରାଜ୍ୟ ପରିଷଦରୁ ଅମରେଶଙ୍କ ନାମ ବାଦ୍ ଦେଇଥିବା ତାଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button