ବଲିଉଡମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି
ବାପା ହେବେ ବଲିଉଡ ଅଭିନେତା ବରଣୁ ଧୱନ, ହିଣ୍ଟ ଦେଲେ ସଲମାନ ଖାନ୍

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କ ପରେ ଏବେ ଖୁବଶୀଘ୍ର ବାପା ହେବାକୁ ଯାଉଛନ୍ତି ବରଣୁ ଧୱନ। ବରୁଣ ଓ ନତାଶାଙ୍କ ଘରକୁ ଆସିବ କୁନି ଅତିଥି। ଏନେଇ ନିକଟରେ ଖୋଦ୍ ହିଣ୍ଟ ଦେଇଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ୍।
ନିକଟରେ ବଲିଉଡ ଅଭିନେତା ବରୁଣ ଧୱନ ତାଙ୍କ ଆଗାମୀ ଫିଲ୍ମ ‘ଭେଡିଆ’ର ପ୍ରମୋସନ ପାଇଁ ବିଗ୍ ବସ୍ ଶୋରେ ନଜର ଆସିଥିଲେ। ଏହି ସମୟରେ ହୋଷ୍ଟ ସଲମାନ ଖାନ ଖୁବ ଶୀଘ୍ର ବରୁଣ ବାପା ହେବାକୁ ଯାଉଥିବା କହିଥିଲେ। କିନ୍ତୁ ଏହାକୁ ସଲମାନ ଥଟ୍ଟାରେ କହିଥିଲେ। କିନ୍ତୁ ପ୍ରଶଂସକମାନେ ଏହି ଖବର ଶୁଣି ବେଶ୍ ଉତ୍ସାହିତ ଅଛନ୍ତି।
୨୦୨୧ରେ ବରୁଣ ଧୱନ ଏବଂ ନତାଶା ଦଲାଲ ବିବାହ କରିଥିଲେ। ରଣବୀର କପୁର କରଣ ସିଂ ଗ୍ରୋଭର ପରେ ବରୁଣ ମଧ୍ୟ ବାପା ହେବାକୁ ଯାଉଥିବା ଶୁଣିବାକୁ ମିଳିଥିଲା। କିନ୍ତୁ ଏହା ଏକ ଗୁଜବ ଥିଲା ବୋଲି ଜଣାପଡିଥିଲା। ବରୁଣ ଅଭିନୟ ଫିଲ୍ଡରେ କାମ କରୁଥିବା ବେଳେ ତାଙ୍କ ପତ୍ନୀ ନତାଶା ଜଣେ ଫ୍ୟାଶନ ଡିଜାଇନର୍ ଅଟନ୍ତି। ବିବାହ ପରେ ଉଭୟ ନିଜ ନିଜ କାମରେ ବ୍ୟସ୍ତ ରହିଛନ୍ତି।