Breaking PLUSମୁଖ୍ୟ ଖବରଶିକ୍ଷା
ଆଜିଠୁ ଆରମ୍ଭ ସ୍କୁଲ ପିଲାଙ୍କୁ ନେଉଥିବା ବସ୍ ଚେକିଂ
ଆଜିଠୁ ୨୭ ଯାଏ ଯାଞ୍ଚ କରାଯାଇ ୨୮ ତାରିଖ ସୁଦ୍ଧା ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ୱର : ସ୍କୁଲ ପିଲାଙ୍କୁ ନେଉଥିବା ବସ୍ ଏବଂ ଅନ୍ୟାନ୍ୟ ହାଲକା ଯାନ ଚେକିଂ ବୁଧବାରଠୁ କଡାକଡି କରାଯିବ। ଆଜିଠୁ ୨୭ ଯାଏ ଯାଞ୍ଚ କରାଯାଇ ୨୮ ତାରିଖ ସୁଦ୍ଧା ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପିଲାଙ୍କୁ ନେଇ ଯାଉଥିବା ଗାଡ଼ିର ଫିଟେନସ, ପରମିଟ, ଇନସୁରାନ୍ସ, ପଲ୍ୟୁଶନ ସାର୍ଟିଫିକେଟ ଆଦି ଯାଞ୍ଚ କରାଯିବ। ନିର୍ଦ୍ଦିଷ୍ଟ ସଂଖ୍ୟାଠୁ ଅଧିକ ସଂଖ୍ୟାରେ ପିଲା ପରିବହନ କରୁଥିଲେ ଗାଡ଼ିର ଏବଂ ଚାଳକଙ୍କ ଲାଇସେନ୍ସ ଯାଞ୍ଚ କରାଯିବ । ସ୍କୁଲ ପିଲାଙ୍କ ସୁରକ୍ଷିତ ଯାତାୟାତକୁ ଏସ୍ଟିଏ ଗୁରୁତ୍ୱ ଦେଇଛି। ରାଜ୍ୟରେ ଅନେକ ସ୍କୁଲରେ କାଗଜପତ୍ର ଠିକ ନ ଥିବା ଗାଡି ଛୋଟ ପିଲାଙ୍କୁ ବିପଦସଙ୍କୁଳ ଅବସ୍ଥାରେ ପରିବହନ କରୁଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ଅନେକ ସମୟରେ ଗାଡିଗୁଡିକ ଦୁର୍ଘଟଣା ଗ୍ରସ୍ତରେ ପଡୁଛନ୍ତି । ଏହା ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସ୍କୁଲ ଗାଡ଼ିର କାଗଜପତ୍ର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣା ଉପରେ ରୋକ୍ ଲଗାଇବା ପାଇଁ ଆରମ୍ଭ ହୋଇଛି ଧଡପକଡ ।