ମାଲକାନଗିରି: ଲାଲ୍ କରିଡରରୁ ଆନ୍ତଃ-ରାଜ୍ୟ ବିମାନ ଉଡ଼ିବ । ଜୋରସୋରରେ ଚାଲିଛି କାମ । ଫାଇଭ ଟି ଇନିସିଏଟିଭ ଅଧିନରେ କାମ ଚାଲିଛି । ଏନେଇ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ୨୦୨୪ ସୁଦ୍ଧା ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବ । ଏଥିପାଇଁ ଖର୍ଚ୍ଚ ହେଉଛି ୫୫କୋଟି ଟଙ୍କା । ବିମାନବନ୍ଦର କାମ ମିଶନ ମୋଡରେ ସାରିବାକୁ ଚାଲିଛି କାମ ।
ବିମାନବନ୍ଦର ପାଇଁ ପ୍ରାୟ ୨୩୪ ଏକର ଜମି ବାଣିଜ୍ୟ ଓ ପରିବହନ ବିଭାଗକୁ ରାଜସ୍ୱ ବିଭାଗ ହସ୍ତାନ୍ତର କରିଛି । ଜଙ୍ଗଲ ଜମିର କିସମ ପରିର୍ବତ୍ତନ ସହ ପୂର୍ତ୍ତ ବିଭାଗ ପକ୍ଷରୁ ପାଚେରି କାମ ସରିବା ଅବସ୍ଥାରେ । ଏଥିରେ ୧୬୨୦ ଲମ୍ବ ଓ ୩୦ ମିଟର ଚଉଡ଼ାର ରନଓ୍ବେ ରହିବ । ମାଲକାନଗିରିରୁ ଭୁବନେଶ୍ବରକୁ ବିମାନ ଉଡ଼ିବା ସହ ଅନ୍ୟ ରାଜ୍ୟର ରାଜଧାନୀକୁ ବି ସଂଯୋଗ ହେବ ।
ଗତ ଏପ୍ରିଲ ମାସରେ ମାଲକାନଗିରି ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବ ବିମାନବନ୍ଦର କାମ ଅନୁଧ୍ୟାନ ସହ ତ୍ବରାନିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ନିୟମିତ ସମୀକ୍ଷା କରୁଛନ୍ତି । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରଖି ଠିକ୍ ସମୟରେ କାମ ସାରିବାକୁ ଗୁରୁତ୍ବ ଦିଆଯାଇଛି । ଭିତ୍ତିଭୂମି, ଲାଇସେନ୍ସ ଓ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ସ୍ଥିର କରାଯାଇଛି ।