Breaking PLUSଦେଶମୁଖ୍ୟ ଖବର

ଝାରଖଣ୍ଡର 12ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପାଇ ସୋରେନ

ମନ୍ତ୍ରୀ ପଦ ପାଇଁ ଶପଥ ନେଲେ ଆଲମଗିର ଆଲମ ଓ ସତ୍ୟାନନ୍ଦ ଭୋକ୍ତା

ରାଞ୍ଚି, ୨ ଫେବୃଆରୀ – ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ଦଳର ନେତା ଚମ୍ପାଇ ସୋରେନ ଶୁକ୍ରବାର ଦ୍ୱିପ୍ରହର 12.21ଟା ବେଳେ ରାଜ୍ୟର 12ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜ୍ୟପାଳ ସିପି ରାଧାକୃଷ୍ଣନ ତାଙ୍କୁ ରାଜଭବନର ଦରବାର ହଲରେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ କଂଗ୍ରେସ ବିଧାୟକ ଦଳର ନେତା ଆଲମଗିରି ଆଲମ ଓ ରାଜଦର ବିଧାୟକ ସତ୍ୟାନନ୍ଦ ଭୋକ୍ତା ମନ୍ତ୍ରୀପଦର ଶପଥ ନେଇଛନ୍ତି । ନବ ମନୋନିତ ମୁଖ୍ୟମନ୍ତ୍ରୀଙ୍କୁ 10ଦିନ ଭିତରେ ବହୁମତ ସାବ୍ୟସ୍ତ କରିବାକୁ ପଡିବ ।
ଶପଥ ପାଠ ପୂର୍ବରୁ ଚମ୍ପାଇ ଆଜି ସକାଳେ ଶିବୁ ସୋରେନଙ୍କୁ ଭେଟିଥିଲେ । ସେ କହିଥିଲେ ଯେ, ଶପଥ ନେବା ପୂର୍ବରୁ ପ୍ରଥମେ ଗୁରୁଜୀ ଓ ମାତାଜୀଙ୍କ ଆଶୀର୍ବାଦ ନେବାକୁ ଯାଇଥିଲୁ ।

Show More

Related Articles

Back to top button