Breaking PLUSଦେଶଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର
ବିଶ୍ୱର ସବୁଠୁ ଧନୀ ରାଷ୍ଟ୍ର ‘ଚୀନ’
ବିଶ୍ୱର ସବୁଠାରୁ ଧନୀ ରାଷ୍ଟ୍ର ହେଲା ଚୀନ । ବିଶ୍ୱର ବିତ୍ତଶାଳୀ ରାଷ୍ଟ୍ର ଥିବା ଆମେରିକା ଏବେ ପ୍ରତି କ୍ଷେତ୍ରରେ ପଛରେ ପଡିଛି । ଏହା ସହ ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଲାଣି ଚୀନ । ବିଭିନ୍ନ କ୍ଷେତ୍ର ସହିତ ବାଣିଜ୍ୟ ଏବଂ ସମ୍ପତ୍ତିରେ ଚୀନ ଏବେ ଆଗୁଆ ରାଷ୍ଟ୍ର ବୋଲି ମ୍ୟାନେଜମେଣ୍ଟ କନସଲଟାଣ୍ଟ ମ୍ୟାକ୍କିନ୍ସି ରିପୋର୍ଟରେ ପ୍ରକାଶ ପାଇଛି ।
ବିଗତ ୨୦ ବର୍ଷ ଭିତରେ ଚୀନର ଧନ ସମ୍ପତି ପ୍ରାୟ ୩ ଗୁଣା ବୁଦ୍ଧି ପାଇଛି । ଅନ୍ୟରାଷ୍ଟ୍ର ତୁଳନାରେ ନିଜର ସମ୍ପତ୍ତିରୁ ସବୁଠାରୁ ଅଧିକ ବଢାଇବାରେ ଚୀନ ସଫଳ ।
ଏକ ରିପୋର୍ଟରୁ ଜଣାଡିଛି ଯେ ଚାଇନାର ସମ୍ପତିର ଏକ ବଡ ଅଂଶ ଏବଂ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଆମେରିକା ଅଳ୍ପ କିଛି ଧନୀ ଲୋକଙ୍କ ମଧ୍ୟରେ ସୀମିତ । ମ୍ୟାନେଜମେଣ୍ଟ ଆଣ୍ଡ କମ୍ପାନୀର ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ ଚାଇନା ଏବେ ଦୁନିଆର ସବୁଠାରୁ ଧନୀ ଦେଶର ମାନ୍ୟତା ପାଇଛି ।