ଅପରାଧଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବର

ନକଲି ଔଷଧ କାରବାର ମାମଲା: ବିହାରରୁ ଆଉ ଜଣେ ଗିରଫ

କଟକ : କଟକରେ ନକଲି ଔଷଧ କାରବାର ମାମଲାରେ ଆଉ ଜଣଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ବିକାଶ କୁମାର। ବିକାଶଙ୍କ ଘର ବିହାରର ଭାଗବତ ନଗର ଅଞ୍ଚଳରେ। ବିକାଶଙ୍କୁ ମିଶାଇ ମୋଟ ଗିରଫ ସଂଖ୍ୟା ୭ରେ ପହଞ୍ଚିଛି।

କଟକ ପୁରୀଘାଟରେ ଔଷଧ ବ୍ୟବସାୟୀଙ୍କୁ ବିକାଶ ନକଲି ମେଡିସିନ ଯୋଗାଉ ଥିବା ପୁଲିସ ଜାଣିବାକୁ ପାଇଥିଲା। ପରେ ଏକ ସ୍ୱତନ୍ତ୍ର ପୁଲିସ ଟିମ ବିହାର ଯାଇ ବିକାଶଙ୍କୁ ଗିରଫ କରିଥିଲା। ତଥ୍ୟ ହାସଲ ଲାଗି ପୁଲିସ ବିକାଶଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବ ବୋଲି କଟକ ଆଡିସନାଲ ଡିସିପି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ପୁରୀଘାଟରେ ନକଲି ଔଷଧ କାରବାର ଘଟଣାରେ ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ବିହାରକୁ ଯାଇଥିଲେ। ୬ ତାରିଖରେ ବିକାଶଙ୍କୁ ପାଟନାରୁ ଗିରଫ କରାଯାଇଥିଲା। ଏହାପରେ ବିକାଶଙ୍କୁ ଏସଡିଜିଏମ କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଅଣାଯାଇଥିଲା। ଗତକାଲି ତାଙ୍କୁ ପୁରୀ ଘାଟ ଥାନାକୁ ଅଣାଯାଇଛି।

Show More

Related Articles

Back to top button