Breaking PLUSଦେଶମୁଖ୍ୟ ଖବର

ନୂଆ ସରକାର ଗଠନ ହେବା ପରେ ନିର୍ଦ୍ଧାରଣ ହେବ ମହାକାଳଙ୍କ ଦର୍ଶନ ବ୍ୟବସ୍ଥା

ଉଜ୍ଜୟିନୀ- ବିଶ୍ୱପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ମହାକାଳ ମନ୍ଦିରରେ ପ୍ରତିବର୍ଷ ନୂଆବର୍ଷରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ଚଳିତବର୍ଷ ମଧ୍ୟ ଡିସେମ୍ବର 25ରୁ ଜାନୁୟାରୀ 1ଯାଏ ଭକ୍ତଙ୍କ ଭିଡ ଜମିବାର ସମ୍ଭାବନା ରହିଛି । ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାରୁ ଶ୍ରଦ୍ଧାଳୁ ଭଗବାନ ମହାକାଳଙ୍କ ଦର୍ଶନ ପାଇଁ ଆସିବେ । ଏହି ସମୟରେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ । କିନ୍ତୁ ଚଳିତ ବର୍ଷ ନୂଆ ସରକାର ଗଠନ ହେବା ପରେ ଦର୍ଶନ ବ୍ୟବସ୍ଥା ଉପରେ ନିଷ୍ପତ୍ତି ନିଆଯିବ । ନୂଆ ସରକାର ଗଠନ ପରେ ହିଁ ଦର୍ଶନ ସହିତ ଅନ୍ୟ ବ୍ୟବସ୍ଥା ନିର୍ଦ୍ଧାରଣ କରିବାକୁ ଅଧିକାରୀମାନେ କହିଛନ୍ତି । ନୂଆବର୍ଷରେ ନନ୍ଦୀ, ଗଣେଶ ଓ କାର୍ତ୍ତିକ ମଣ୍ଡପରୁ ଭଗବାନ ମହାକାଳଙ୍କ ଦର୍ଶନ କରାଯିବା ନେଇ ଚର୍ଚ୍ଚା ହେଉଛି । ଶ୍ରାବଣମାସରୁ ଭକ୍ତଙ୍କ ପାଇଁ ଗର୍ଭଗୃହରେ ପ୍ରବେଶ ବନ୍ଦ ରହିଛି ।

Show More

Related Articles

Back to top button