Breaking PLUSଆଇନ କାନୁନମୁଖ୍ୟ ଖବରସ୍ୱାସ୍ଥ୍ୟ

ଡିସିଜିଆଇଙ୍କ ଅନୁମତି : ୬ରୁ ୧୨ ବର୍ଷର ଶିଶୁଙ୍କୁ ଦିଆଯିବ କୋଭାକ୍ସିନ୍ ଟୀକା

କରୋନା ପୁଣି ତାର କାୟା ବିସ୍ତାର କରୁଥିବା ନେଇ ବୁଷ୍ଟର ଡୋଜ୍ ଉପରେ ଅଧିକ ଗୁଗୁତ୍ୱ ଦିଆଯାଉଛି ।

କରୋନା ପୁଣି ତାର କାୟା ବିସ୍ତାର କରୁଥିବା ନେଇ ବୁଷ୍ଟର ଡୋଜ୍ ଉପରେ ଅଧିକ ଗୁଗୁତ୍ୱ ଦିଆଯାଉଛି । ଏହାରିମଧ୍ୟରେ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏବେ ୬ରୁ ୧୨ ବର୍ଷର ଶିଶୁଙ୍କୁ କୋଭାକ୍ସିନ୍ ଟିକା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସୂଚନାନୁସାରେ, କରୋନାର ବିଭିନ୍ନ ଲହରରେ ବେଶୀ ଛୋଟ ପିଲାମାନେ ହିଁ ସଂକ୍ରମିତର ଶୀକାର ହେଉଛନ୍ତି । ଓମିକ୍ରନରେ ଅଧିକ ଶିଶୁ ପଜିଟିଭ୍ ହୋଇଥିଲେ । ଏବେ ଏକ୍ସଇ ଭାରିଆଣ୍ଟ ପିଲାଙ୍କୁ ଅଧିକ ସଂକ୍ରମିତ କରିବାର ସମ୍ଭାବନା ରହିଛି । ଏହାରିମଧ୍ୟରେ ଡିସିଜିଆଇ ଏ ସ୍ଥିତିକୁ ଗୁରୁତର ସହ ନେଇ ପିଲାଙ୍କୁ ଟିକାକରଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏବେ ପିଲାଙ୍କୁ କୋଭାକ୍ସିନ୍ ଟିକା ଦିଆଯିବ । ଯାହା ପିଲାଙ୍କୁ ସଂକ୍ରମଣରୁ ସୁରକ୍ଷା ଯୋଗାଇବ ବୋଲି କୁହାଯାଉଛି ।

Show More

Related Articles

Back to top button