ଭୁବନେଶ୍ୱର: ପାର୍ବଣରେ ଆକ୍ଟିଭ ସାଇବର ଲୁଟେରା । ଗୋଲ୍ଡ କଏନ ଓ ଗିଫ୍ଟ କୁପନ ବାହାନାରେ କରିପାରନ୍ତି ଠକେଇ । ଭୁବନେଶ୍ୱରବାସୀଙ୍କୁ ସତର୍କ କରାଇଲେ ଡିସିପି । ଅନଲାଇନରେ ଲୋଭନୀୟ ଅଫର ଆସିଲେ ବିଶ୍ୱାସ ନକରିବାକୁ ପରାମର୍ଶ ଦିଆଯାଇଛି । ଠକେଇର ଶିକାର ହେଲେ ତୁରନ୍ତ ସାଇବର ଥାନାର ଦ୍ୱାରସ୍ଥ ହେବାକୁ ଅନୁରୋଧ କଲେ ଡିସିପି । ଭିଡିଓ ବାର୍ତ୍ତା ଜରିଆରେ ଡିସିପି କହିଛନ୍ତି, ପାର୍ବଣ ଯୋଗୁଁ ଲୋକେ କିଣାକିଣି କରିବାକୁ ବାହାରକୁ ଯାଉଛନ୍ତି । ଖୁବ୍ ଖୁସି ମନରେ ସମସ୍ତେ ଘରୁ ବାହାରୁଛନ୍ତି । ସେ ଡ୍ରେସ ହେଉ କି ସୁନା ହେଉ, ଫୋନ ହେଉ କି ଗାଡି । ଏହି ସମୟରେ ସାଇବାର ଠକମାନଙ୍କ ଉତ୍ପାତ ବଢି ଯାଉଛି । ବିଭିନ୍ନ ମାଧ୍ୟମରେ ଆଜିକାଲି ସପିଂ କରାଯାଉଛି । ଏହି ସମୟରେ ସାଇବର ଠକମାନେ ଆପଣଙ୍କୁ ଫୋନ କରିବେ । କ୍ରେଡିଟ୍ କାର୍ଡ କରିବାକୁ କିମ୍ବା କୌଣସି ସାହାଯ୍ୟ ବାହାନାରେ ଆପଣଙ୍କୁ ଫୋନ କରିପାରନ୍ତି । ତେବେ ଏମିତି କିଛି ଫୋନ ଆସିଲେ ତୁରନ୍ତ ଭୁବନେଶ୍ୱର ପୋଲିସର ସାଇବର ହେଲ୍ପ ଲାଇନ ନମ୍ବର-7440006709 କୁ କଲ୍ କରନ୍ତୁ । କିମ୍ବା ଯଦି କୌଣସି ଟ୍ରାଞ୍ଜାକସନ ହୋଇଛି ତେବେ ଡେରି ନକରି ତୁରନ୍ତ ନିକଟସ୍ଥ ସାଇବର ଥାନା ନିକଟକୁ ଯାଇ ଅଭିଯୋଗ କରିବା ନେଇ ଲୋକଙ୍କୁ ଅନୁରୋଧ କରିଛନ୍ତି ଡିସିପି ପ୍ରତୀକ ସିଂହ ।
Related Articles
Check Also
Close